“୮ ବର୍ଷର ଦାବିରେ ସଫଳତା: ଜିଲ୍ଲା ସ୍ତରୀୟ ଅମଲାଙ୍କ ପଦୋନ୍ନତି ପାଇଁ ୨ ମାସର ସମୟସୀମା ଧାର୍ଯ୍ୟ”
କୋରାପୁଟ, ୦୬/୦୧ ( ଗୁପ୍ତ ପ୍ରସାଦ ପତ୍ରିକା ) : ଜିଲ୍ଲା ସ୍ତରିୟ ଅମଲା ମାନଙ୍କ ଏକମାତ୍ର ନ୍ୟାର୍ଯ୍ୟ ଦାବି ଯଥା କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପୁରଣ ନିମନ୍ତେ ଓଡ଼ିଶା ଅମଲା ସଂଘ ଦିର୍ଘ ୮ ବର୍ଷ ଧରି ଦାବି କରି ଆସୁଥିଲା ଗତ ସରକାର ସମୟରେ ବାରମ୍ବାର ଏ ନେଇ ରାଜ୍ୟ ସଂଘ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଜିଲ୍ଲା ନେତୃବୃନ୍ଦ ମଧ୍ୟ ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କ ଜରିଆରେ ସେହି ସମୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ, ସମସ୍ତ ସଂଗଠନ ମିସି ପୁଣିଥରେ ୨୦୨୩ ମସିହାରେ ମିଳିତ ଅମଲା ମଞ୍ଚ ଗଠନ କରି ସେହି ସମୟର ସରକାର ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଯୋଗୁଁ ରାଜ୍ୟ ସଂଘ ସରକାର ଙ୍କୁ ଚରମପତ୍ର ପ୍ରଦାନ କରିଥିଲେ, ତଥାପି ସରକାରଙ୍କ ତରଫରୁ କିଛି ସୁଫଳ ନପାଇ ସମସ୍ତ ଜିଲ୍ଲା ର ଜିଲ୍ଲା ସ୍ତରୀୟ ଅମଲା ୨୨.୦୫.୨୦୨୩ ଠାରୁ ୩୧.୦୫.୨୦୨୩ ରିଖ ପଯ୍ୟନ୍ତ କଳାବ୍ୟାଚ ପରିଧାନ କରିଥିଲେ ତଥାପି ସରକାରଙ୍କ ପକ୍ଷରୁ କିଛି ସୁଚନା ନ ପାଇବା ଯୋଗୁଁ ସମସ୍ତ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅମଲା ଆନ୍ଦୋଳନ କୁ ଓହ୍ଲାଇଥିଲେ ଓ ତା ୦୧.୦୬.୨୦୨୩ରିଖ ଠାରୁ ତା ୧୭.୦୬.୨୦୨୩ରିଖ ପଯ୍ୟନ୍ତ ସମୁହ ଛୁଟି ରେ ରହିବା ସହିତ ସମସ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ, ତା ୧୭.୦୬.୨୦୨୩ରିଖ ଦିନ ରାଜ୍ୟ ସରକାରଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ସଂଘ ଆନ୍ଦଳନ କୁ ସ୍ଥଗିତ ରଖିଥିଲା, ପରବର୍ତ୍ତୀ ସମୟ ରେ ପୁର୍ବତନ ସରକାର ତା ୬.୧.୨୦୨୪ ରିଖ ଦିନ ଗୋଟିଏ ନିର୍ଧାରଣ ବାହାର କରି ରାଜସ୍ବ ଅମଲା ମାନଙ୍କୁ ଗୋଟିଏ ଭିନ୍ନ କ୍ୟାଡ଼ର କରିଦେଇଥିଲେ ଏଥିରେ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଙ୍କ ନିମନ୍ତେ କିଛି ଉଦ୍ଦିଷ୍ଟ ନଥିଲା, ପୁଣିଥରେ ଯେତେବେଳେ ଓଡ଼ିଶା ଅମଲା ସଂଘ ପୁନର୍ବାର ଆନ୍ଦଳନ ନିମନ୍ତେ ଧମକ ଦେଇଥିଲା ସେହି ସମୟର ସରକାର ବାକି ରହିଥିବା ଅନ୍ୟ ସମସ୍ତ ବିଭାଗର ସମସ୍ତ ଅମଲା ମାନଙ୍କର ନିମନ୍ତେ ନିର୍ବାଚନ ଆଚରଣବିଧି ଲାଗୁ ହେବାର କିଛି ମୁହୁର୍ତ୍ତ ପୁର୍ବରୁ ଅର୍ଥାତ୍ ତା ୧୫.୦୩.୨୦୨୪ ରିଖ ସନ୍ଧ୍ୟାରେ ଏକ ବିଭ୍ରାନ୍ତିକର ନିର୍ଧାରଣ ବାହାର କରିଥିଲେ ଯଦ୍ବାରାକି କ୍ୟାଡ଼ର ପୁନର୍ଗଠନ ହୋଇ ପାରିଲା ନା ପଦୋନ୍ନତି ହୋଇ ପାରିଲା ଜିଲ୍ଲା ସ୍ତରୀୟ ଅମଲା ମାନେ ପଦୋନ୍ନତି ପାଇବାରୁ ମଧ୍ୟ ବଞ୍ଚିତ ହୋଇ କିଛି ଅବସର ଗ୍ରହଣ ମଧ୍ୟ କରିଗଲେ ଏ ନେଇ ଓଡ଼ିଶା ଅମଲା ସଂଘ ନୁତନ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ସରକାର ଓଡ଼ିଶା ଅମଲା ସଂଘ ର ଦାବି କୁ ଗୁରୁତର ସହିତ ନେବା ସହିତ ଗୋଟିଏ ନିର୍ଧାରଣ ବାହାର କରିଛନ୍ତି ସେ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ ୨ ମାସ ଭିତରେ କ୍ୟାଡ଼ର ପୁନର୍ଗଠନ କରନ୍ତୁ ଯଦି କୌଣସି କାରଣ ବସତ୍ତ ପୁନର୍ଗଠନ ରେ ବିଳମ୍ବ ହୁଏ ତାହେଲେ ପୁରୁଣା ନିୟମ ଅନୁସାରେ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଅନ୍ତୁ, ସରକାର ଙ୍କ ଏ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଓ ନିର୍ଧାରଣ କୁ ଓଡ଼ିଶା ଅମଲା ସଂଘ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀ ଶଶୀଭୂଷଣ ଦାଶ୍ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତିି ତତ୍ ସହିତ ଓଡ଼ିଶା ଅମଲା ସଂଘ ରାଜ୍ୟ ନେତୃବୃନ୍ଦ ମୁଖ୍ୟତଃ ଶ୍ରୀ ହୃଦୟ ବିହାରୀ ମହାପାତ୍ର, ଅଧ୍ୟକ୍ଷ, ଶ୍ରୀ ନାରାୟଣ ଦାଶ୍, ମୁଖ୍ୟ ଉପଦେଷ୍ଟା, ଶ୍ରୀ ଚିତ୍ତରଞ୍ଜନ ତରାସିଆ, ସାଧାରଣ ସମ୍ପାଦକ, ଶ୍ରୀ ବିରଞ୍ଚିନାରାୟଣ ବରାଳ ଉପ ସଭାପତି ଙ୍କ ସମେତ ସମସ୍ତ ନେତୃବୃନ୍ଦ ସରକାର ଙ୍କ ପଦକ୍ଷେପ କୁ ସ୍ୱାଗତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିବା ଶ୍ରୀ ଦାଶ୍ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି