Hot Posts

6/recent/ticker-posts

“ଜୟ ଶ୍ରୀ ରାମ ଧ୍ବନିରେ ଗଞ୍ଜିଉଠିଲା ଜୟପୁର: ପ୍ରଭୁ ରାମଙ୍କ ସ୍ବର୍ଣ୍ଣ ଧନୁ ସଭା ଯାତ୍ରାରେ ଅଗଣିତ ଭକ୍ତ ସାମିଲ”

ଜୟପୁର, ୦୯/୦୧ ( ଗୁପ୍ତ ପ୍ରସାଦ ପତ୍ରିକା ) : ରାଉରକେଲା ହନୁମାନ ବାଟିକା ଠାରୁ ଶ୍ରୀ ରାମ ଙ୍କ ସ୍ବର୍ଣ୍ଣ ଧନୁ ସଭା ଯାତ୍ରା ବାହାରି ବିଭିନ୍ନ ଜିଲ୍ଳା ଓ ସଦର ଦେଇ ଗତକାଲି ଜୟପୁର ଠାରେ ପହଞ୍ଚିଥିଲା, ଆଜି ସକାଳ ୯ ଘଟିକା ସମୟରୁ ଜୟପୁର ପାଓ୍ବାର ହାଉସ୍ ହନୁମାନ ମନ୍ଦିରରୁ ପୁଜାର୍ଚନା ପରେ ଏକ ବିରାଟ ପଟୁଆରରେ ପ୍ରଭୁ ରାମଚନ୍ଦ୍ର ଙ୍କ ସ୍ବର୍ଣ୍ଣ ଧନୁ ସଭା ଯାତ୍ରା ବାହାରି ସହର ପରିକ୍ରମା କରିଥିଲା ଏଥିରେ ଅଗଣିତ ହିନ୍ଦୁ ପ୍ରେମି ସାମିଲ୍ ହେବା ସହିତ ଭଜନ କୀର୍ତ୍ତନ କରିଥିଲେ ଜୟ ଶ୍ରୀ ରାମ ଧ୍ବନି ରେ ପରିବେଶ ଚଳ ଚଞ୍ଚଳ ହୋଇ ଉଠିଥିଲା, ୪ ବର୍ଷିୟ ଝିଅ ପ୍ରିୟଲ ହନୁମାନ ରୁପ ଧାରଣ କରି ସଭା ଯାତ୍ରା ରେ ବାହାରିବା ସମସ୍ତ ଙ୍କୁ ଚକିତ କରିବା ସହିତ ଏହା ହିନ୍ଦୁ ସମାଜ ପ୍ରତି ଗର୍ବ ଓ ଗୈାରବ ର ବିଷୟ ବୋଲି ଆଲୋଚନା ହେଉଥିବା ଜଣା ପଡ଼ିଛି, ପ୍ରଭୁ ରାମଚନ୍ଦ୍ର ଙ୍କ ସ୍ବର୍ଣ୍ଣ ଧନୁ କୋରାପୁଟ ସଦର ମହକୁମା ହୋଇ ବିଭିନ୍ନ ଜିଲ୍ଲା ଦେଇ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀରେ ପହଞ୍ଚିବା ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ନେଇ ସୁଚନା ମିଳିଛି