ବସ୍ ଅଟକାଇ ରାସ୍ତାରେ ବସିଛନ୍ତି ଗ୍ରାମବାସୀ ଓ ଛାତ୍ରୀଛାତ୍ର।
ବରୀ, ୧୦/୦୧ ( ରଂଜିତ ମହାନ୍ତି ) : ଗ୍ରାମାଞ୍ଚଳ ଲୋକଙ୍କ ଯାତାୟାତ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନ ଜନା କରାଯାଇଛି I ଏହି ବସ ସେବା ଅବ୍ୟାହତ ଲାକେ ବ୍ଲକ କାର୍ଯ୍ୟାଳୟ, ବାରୁ ଲୋ ସ୍ବାସ୍ଥ୍ୟକେନ୍ଦ୍ର, ତହସିଲ କାର୍ଯ୍ୟାଳୟ ସହ ଛାତ୍ରୀଛାତ୍ରୀ କଲେଜକୁ ସୁବିଧାରେ ଯାତାୟାତ କରୁଛନ୍ତି। ବରୀରେ ଏହି ବସ ବ୍ଲକ କାର୍ଯ୍ୟାଳୟଠାରୁ ଗମୁଦେଇ ଅମଠପୁର ପଞ୍ଚାୟତର ପାଲଟପୁର୍, ମହାକାଳପଡ଼ା, ରତ୍ନଗିରି ଦେଇ ଯାତାୟାତ କରିଥାଏ। ୧୦ରୁ ସେବା ମିଳିବନି ଶୁଣି ତାତିଲେ ଛାତ୍ରୀଛାତ୍ର, ଗ୍ରାମବାସୀ ବସରେ ପ୍ରତିଦିନ ୪୦ରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର କଲେଜ ଯାଇଥାନ୍ତି। ଅଞ୍ଚଳର ଲୋକଙ୍କ ପାଇଁ ଏହି ବସ ଏକମାତ୍ର ଭରସା। କିନ୍ତୁ ଏହି ବସ ଆସନ୍ତା ୧୦ ତାରିଖରୁ ଉପଲବ୍ଧ ହେବ ନାହିଁ ବୋଲି କର୍ମଚାରୀଙ୍କଠାରୁ ସୂଚନା ପାଇବା ପରେ ସ୍ଥାନୀୟ ଲୋକେ ଏବଂ ଛାତ୍ରୀଛାତ୍ର ବସ ସେବା ବନ୍ଦ ନ କରିବାକୁ ଜିଲାପାଳ ଓ ବିଡିଧଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ମାତ୍ର ଏହାର କୌଣସି ସୁଫଳ ନ ମିଳିବା ଆଶଙ୍କା କରି ଶୁକ୍ରବାର ପାଲଟପୁରଠାରେ ଛାତ୍ରୀଛାତ୍ର ଓ ଗ୍ରାମବାସୀ ତାତିଯାଇ ବସ୍ ଅଟକାଇ ପ୍ରତିବାଦ କରିଛନ୍ତି। କାହାନିର୍ଦ୍ଦେଶରେ ଏହି ବସ ସେବା ବନ୍ଦ କରିବାକୁ ଯୋଜନା କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହିତ ଏହାକୁ ଚାଲୁ ରଖିବାକୁ ସେମାନେ ଦାବି କରିଛନ୍ତି।