ପୁଷପୁନୀ ମଞ୍ଚରେ ବସନ୍ତ ରାଓ ସମ୍ବର୍ଧିତ।
ଜୟପୁର, ୦୯/୦୧ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲାର ଗଣପର୍ବ ପୁଷପୁନୀ ଚଳିତ ମାସ ୨ ତାରିଖ ଠାରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ବ୍ୟବସାୟୀ ଗେମ୍ବିଲି ବସନ୍ତ ରାଓଙ୍କୁ ସମ୍ବର୍ଧିତ କରାଯାଇଥିଲା ଏହି ଅବସରରେ ପ୍ରାକ୍ତନ ରାଜ୍ୟ ସଭା ସାଂସଦ ତଥା ଅଲିଉଡ ଅଭେନେତା ମୁନ୍ନା ଖାନ ଜୟପୁର ବିଡିଅ ଶକ୍ତି ମହାପାତ୍ର ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଆୟୋଜକ ମନୋଜ ପାତ୍ର ଧିରେନ ପଟ୍ଟନାୟକଙ୍କ ଉପସ୍ତିତିରେ ସମ୍ବର୍ଧିତ କରାଯାଇଥିଲା ବରଗଡ଼ ଜିଲ୍ଲାର ଧନୁ ଯାତ୍ରା ଭଳି ଏହି ପୂଷପୁନୀ କାର୍ଯ୍ୟକ୍ରମ ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଏକ ଗଣ ପର୍ବର ମାନ୍ୟତା ହାସଲ କରିବ ବୋଲି ମଞ୍ଚାଶିନ ଅତିଥି ମାନେ ଦୃଢ଼ିକ୍ତି ପ୍ରକାଶ କରିଥିଲେ।