Hot Posts

6/recent/ticker-posts

ଅବସର ପ୍ରାପ୍ତ ଶିକ୍ଷକ ସଂଘର ସମାବେଶ

କର୍ଲାମୁଣ୍ଡା, ୦୬/୦୧ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଯୁକ୍ତ ଦୁଇ ମହାବିଦ୍ୟାଳୟ, ତେରେସିଂହା ଠାରେ କର୍ଲାମୁଣ୍ଡା ବ୍ଲକ ଅବସର ପ୍ରାପ୍ତ ଶିକ୍ଷା କର୍ମଚାରୀ ସଂଘ ର ନୂତନ ବର୍ଷ ଉପଲକ୍ଷେ ଏକ ସମାବେଶ ହୋଇଥିଲା। ଏଥିରେ ବାଳକୃଷ୍ଣ ସାହୁ ସଭାପତିତ୍ବ କରିଥିଲେ। ସଂଘ ଉପସଭାପତି ଅନ୍ତର୍ଯ୍ୟାମୀ ସାହୁ ସଂଘର କାର୍ଯ୍ୟାଭିମୁଖୀ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘ ସମ୍ପାଦକ ହୃଷିକେଶ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ମୁରଲୀଧର ରଣା ସଂଘ ସହ ସହଯୋଗ କରି ସୁଦୃଢ କରିବା ସମ୍ପର୍କ ରେ ମତ ପୋଷଣ କରିଥିଲେ। ଏହି ଅବସରରେ କବି ସୁବାଷ ପାଢ଼ୀ, ମଙ୍ଗଳ ମାଝୀ, ବିଜୟ କୁମାର ପୁରୋହିତ, ବରୁଣ ସୁନା, ଦୈତ୍ୟରାମ ସୁନା, ମକରଧ୍ୱଜ ବାଗ, ମକରଧ୍ୱଜ ପୁଟେଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ଏହି ଅବସରରେ ବରିଷ୍ଠ ଶିକ୍ଷକ ଦେବାର୍ଚ୍ଚନ ରଣାଙ୍କୁ ସମ୍ମାନିତ କରାଯାଇଥିଲା।