Hot Posts

6/recent/ticker-posts

ଜରା ନିବାସରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ବରୀ, ୦୯/୦୧ ( ରଂଜିତ ମହାନ୍ତି ) :ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତ ବୋଦୁଅ ଗ୍ରାମର ଗଗନବିହାରୀ ଧଳଙ୍କ ନାତି ତଥା ସେନା କର୍ମଚାରୀ ଦୀପ୍ତି ରଞ୍ଜନ ଧଳ ଓ ମୋନାଲିସା ନାୟକଙ୍କ ପୁତ୍ର ଦିବ୍ଯମଙ୍କ ଦଶମ ବାର୍ଷିକ ଜନ୍ମଦିନକୁ ନିଆରା ଢଙ୍ଗରେ ଯାଜପୁର ଜିଲ୍ଲାର ଛତିଆ ଠାରେ ଥିବା ସେବକ ଜରା ନିବାସ ଠାରେ ପାଳନ କରିଛନ୍ତି । ଜରାନିବାସରେ ନିଜ ପରିବାର ଓ ଅନ୍ତେବାସୀଙ୍କ ସହିତ ଜନ୍ମଦିବସ ଅବସରରେ କେକ କାଟିବା ସହିତ ସମୂହ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେନା କର୍ମଚାରୀଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କ ସହିତ ଜରା ନିବାସର ଅନ୍ତେବାସୀ ସହିତ ସାମିଲ ହୋଇ ଦିବ୍ୟମ୍ ର ଜନ୍ମ ଦିନକୁ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରିଥିଲେ। ଏଭଳି କାର୍ଯ୍ୟକ୍ରମ 2ବର୍ଷ ହେବ ପାଳନ କରିଆସୁଛନ୍ତି।