ଶ୍ରୀରାମଙ୍କ ପାଇଁ ୨୦୦ କିଲୋର ପଞ୍ଚଧାତୁ ଧନୁ।
ଜୟପୁର, ୦୯/୦୧ ( ଏ. ଭେଙ୍କଟ ରାଓ ) : ଅଯୋଧ୍ୟାରେ ସ୍ଥାପିତ ହୋଇଥିବା ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ନିର୍ମିତ ୨୦୦ କିଲୋର ପଞ୍ଚଧାତୁରେ ନିର୍ମିତ ଧନୁକୁ ଜୟପୁର ଠାରେ ଭବ୍ୟ ସ୍ଵାଗତ ସହ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଧନୁ ବର୍ତ୍ତମାନ ୯୦୦ ଗ୍ରାମ ସୁନା ସହ ଅନ୍ୟାନ୍ୟ ଧାତୁ ଲାଗି ପ୍ରସ୍ତୁତ କରାଯାଇଛି ଏହି ଧନୁ ରାଉରକେଲାରୁ ଆସି ମାଲକାନଗିରି ଜୟପୁର କୋରାପୁଟ ରାୟଗଡା ଠାରୁ ପାରଳାଖେମୁଣ୍ଡି ଯିବ ଅଗାମି ୨୨ ତାରିଖ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିବସ ଦିନ ଅଯୋଧ୍ୟାରେ ଅର୍ପୋଣ କରାଯିବ ବୋଲି ସୁଚନା ପ୍ରାପ୍ତ ହୋଇଛି।