Hot Posts

6/recent/ticker-posts

ଭବାନୀପାଟଣା ଯବାନ ଫିଜିକାଲ ଏକାଡେମୀ ଆନୁକୂଲ୍ୟରେ ନୂତନ ନିଯୁକ୍ତି ପାଇଥିବା ଯବାନ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

କଳାହାଣ୍ଡି, ୨୫/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମେଦିନୀପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଯବାନ ଫିଜିକାଲ ଏକାଡେମୀରେ କୃତକାର୍ଯ୍ୟ ୫୮ ଜଣ ଯବାନ ମାନଙ୍କୁ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୫ ଜଣ ଛାତ୍ର ଓ ୩ ଜଣ ଛାତ୍ରୀ କୃତିତ୍ୱ ହୋଇ ଭାରତୀୟ ସେନା ବାହିନୀରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଏକାଡେମୀ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଉପସ୍ଥିତ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରିଡ଼ା ଅଧିକାରୀ ରମେଶ ପାଢି, ଡେପୁଟି କମାଣ୍ଡେଟ ୬୪ ବେଟାଲିଆନ ସି ଏମ ଏନ୍ ପି ରାମା ରାଓ, ଡି ଆର ଏସ ସତ୍ୟପିର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ, ଏକାଡେମୀ ସଂସ୍ଥାପକ ଅବସରପ୍ରାପ୍ତ ସୈନିକ ଭୁପିନ୍ଦର ନାଏକ, ଏକ୍ସ ଆରମୀ ସୁଶାନ୍ତ ପାତ୍ର ଏହାକୁ ପରିଚାଳନା କରିଥିଲାବେଳେ, ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବିଶ୍ବାଳ, ବିକ୍ରମ ବିଶ୍ବାଲ, ଭୋଳା ଶଙ୍କର ପାତ୍ର, ପିଟି ଜନସନ ମାଝୀ, ଅଖିଳ ଚନ୍ଦ୍ର ସା, ଅମିତ କୁମାର ଦାସ, ଦିଲିପ ଦୁର୍ଗା, ସନ୍ତୋଷ ପଟ୍ଟନାୟକ , ସୁମନ୍ତ, ଶ୍ରୀମତୀ ରିନା ଦେଵି ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଓ କୃତିତ୍ୱ ହୋଇଥିବା ଯବାନ ମାନଙ୍କୁ ସମ୍ବର୍ଦ୍ଧନା କରିବା ସହିତ ଦେଶ ମାତୃକାର ସେବା କରିବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ ।



କଳାହାଣ୍ଡି ଜିଲ୍ଲାରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ