ଟିଟ୍ରାପଙ୍ଗା ଯୁବ ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା ।
କନ୍ଧମାଳ, ୨୫/୧ ( ଅଚ୍ୟୁତ ଜାନୀ ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗା ଯୁବ ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ(୩୯)ଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା । ସୂଚନା ପ୍ରକାରେ ଟିଟ୍ରାପଙ୍ଗା ଯୁବ ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ ତା - ୯/୧୧/୨୦୨୫ ରିଖ ଠାରୁ ଭୁବନେଶ୍ଵରର ସ୍ଥିତ ସମ୍ ଅଲ୍ଟିମେଟ ମେଡିକାଲରେ ବ୍ରେନ୍ ଷ୍ଟ୍ରୋକ ଓ କିଡନୀ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ । ସେ ଦୀର୍ଘ ଦୁଇ ମାସ ଧରି ଚିକିତ୍ସିତ ହେଉ ଥିବା ବେଳେ ତାଙ୍କର ଆଜି ଅପରାହ୍ନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଜଣେ ଏକାଧାରରେ ଖେଳାଳୀ, ରାଜନେତା , ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ତାଙ୍କର ଚିକିତ୍ସା ପାଇଁ କୁଇ ସମାଜ, ସରପଞ୍ଚ ସଂଘ ଖଜୁରୀପଡ଼ା ଓ ବିଭିନ୍ନ ଲୋକଙ୍କ ପକ୍ଷରୁ ଆରୋଗ୍ୟ ନିମନ୍ତେ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ କିନ୍ତୁ ବିଧାତାର ନିଷ୍ପତ୍ତି ଅଲଗା ଥିଲା ସେ ଜୀବନ ଯୁଦ୍ଧରେ ହାରି ଯାଇ ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲେ । ଏହି ଖବର ପ୍ରସାରଣ ପରେ କନ୍ଧମାଳ ଜିଲ୍ଲାର ସମଗ୍ର ଅଞ୍ଚଳର ସମସ୍ତଙ୍କ ହୃଦୟରେ ଶୋକର ଛାୟା ଖେଳିଯାଇଛି ।