ନବରଙ୍ଗପୁର, ୨୫/୦୧ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ପନ୍ଦର ଗୋଟି ଗ୍ରାମ ପଞ୍ଚାୟତ ର ତଳ ସ୍ତରୀୟ କଂଗ୍ରେସ କର୍ମୀ ମାନଙ୍କୁ ନେହି ଆଜି ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ର ବଡ ଭୋଟା ଠାରେ ବ୍ଲକ ସଭା ପତି ପ୍ରୋହ୍ଲାଦ ହିଆଲ ଙ୍କ ସଭାପତିତ୍ୱ ରେ ଭାରତୀୟ ଜାତୀୟ କଂଗ୍ରେସ ର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି . ଏହି ବୈଠକ ରେ ମନୋନୀତ ହୋଇ ଥିବା ବ୍ଲକ ସ୍ତରର ଏବଂ ଜିଲ୍ଲା ସ୍ତରର ପ୍ରତେକ କର୍ମ କର୍ତ୍ତା ମାନଙ୍କୁ ଉପୋଢ଼ଙ୍କନ ଦେଇ ସ୍ୱାଗତ କରା ଯାଇଥିଲା . ଓ଼ ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ରେ ସଂଗଠନ ମଜଭୂତ କରି ପ୍ରତେକ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ.ସମିତି ମେମ୍ବର..ୱାର୍ଡ ମେମ୍ବର.ଗୁଡିକ ସଂପୁର୍ଣ ବିଜୟ ହାସ ସଲ କରିବା ଉଦେଶ୍ୟ ରେ ସମସ୍ତେ ନିସ୍ଵାର୍ଥ ଭାବେ ନିଜ ନିଜର ମନ ପ୍ରାଣ ଦେଇ କଂଗ୍ରେସ ଦଳ ପାଇଁ କାମ କରିବା ପାଇଁ ଉପସ୍ଥିତ କର୍ମୀମାନ ଙ୍କୁ ବ୍ଲକ କର୍ମ କର୍ତ୍ତା ଓ଼ ଜିଲ୍ଲା କର୍ମ କର୍ତ୍ତା ମାନେ ନିବେଦନ କରିଥିବାର ଦେଖିବାକୁ ମିଳିଥିଲା . ଏଥି ସକାଶେ ଯଥା ଶୀଘ୍ର ପ୍ରତେକ ପଞ୍ଚାୟତ ସ୍ତର ରେ କର୍ମ କର୍ତ୍ତା ଚୟନ କରାଯାଇ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ବ୍ଲକ ସଭାପତି ପ୍ରୋହ୍ଲାଦ ହିଆଲ ମତ ପ୍ରକାଶ କରିଛନ୍ତି . ଆଜିର ସଭା ରେ କେତେକ ବି ଜେ ଡି କର୍ମୀ ନିଜ ଦଳ ଛାଡି କଂଗ୍ରେସ ଦଳ ରେ ସାମିଲ ହୋଇ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା .ତେନ୍ତୁଳୀଖୁଣ୍ଟି ବ୍ଲକ ର ସମାଜ ସେବକ ଯୁବ ନେତା ତଥା ଜିଲ୍ଲାର କଂଗ୍ରେସ କମିଟି ର ସଭ୍ୟ ଅଖିଳ ଭତ୍ରା ବ୍ଲକ ର ଉନ୍ନତି ମୂଳକ କାର୍ଯ୍ୟ. ଏବଂ ଧାନ ମଣ୍ଡି ରୁ ଧାନ ନ ଉଠିବା ବିଷୟରେ କ୍ଷୁବଦ ପ୍ରକାଶ କରି କହିଲେ. ଏହାର ଯଦି ସମାଧାନ କରା ନ ଯାଏ ତାହେଲେ ଆଗାମୀ ଦିନ ରେ କଂଗ୍ରେସ ରାଜ ରାସ୍ତା ରେ ଉଲ୍ଲାହିବ ଓ଼ ଲୋକଙ୍କ ର ଅଧିକାର ପାଇଁ ଲୋଡ଼ିବ ବୋଲି ଚେତା ବୋନି ଦେଇଛନ୍ତି .ପରିଶେଷରେ ପ୍ରତି ବର୍ଷ ପରି ନିମନ୍ତ୍ରୀ ତ କରି ତେନ୍ତୁଳୀଖୁଣ୍ଟି ବ୍ଲକର କାର୍ଯ୍ୟ ରତ ସାମ୍ବାଦିକ ବନ୍ଧୁ ମାନଙ୍କୁ ସଂମ୍ମାନର ସହିତ ସମ୍ମାନିତ କରିଥିବାର ଦେଖିବାକୁ ମିଳିଥିଲା.
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l

