ମଙ୍ଗଳା ମାଙ୍କ ତ୍ଵରୋଣ ପ୍ରତିଷ୍ଠା।
ଜୟପୁର, ୨୬/୦୧ ( ଏ. ଭେଙ୍କଟ ରାଓ ) : ସହରର ନୂଆସାହି ପଞ୍ଚମ ଗୋଳିରେ ସ୍ଥାପନା କରାଯାଇଥିବା ମା ମଙ୍ଗଳାଙ୍କ ଏକ ତ୍ଵରୋଣ ପ୍ରତିଷ୍ଠା ହୋଇଛି। ବିଗତ ସରକାରଙ୍କ ଅମଳରେ ତ୍ୱରୋଣ ନିମନ୍ତେ ଦିଆଯାଇଥିବା ଆଠ ଲକ୍ଷ୍ୟ ଟଙ୍କା ଅନୁଦାନରେ ନିର୍ମିତ ହୋଇଥିବା ଏହି ଭବ୍ୟ ସ୍ଵାଗତ ତ୍ଵରୋଣଟି ବହୁତ ସୁନ୍ଦର ଭାବେ ନିର୍ମାଣ କରାଯାଇଛି ଏହାର ପ୍ରତିଷ୍ଠା ଦିବସରେ କର୍ତ୍ତା ଭାବେ ପ୍ରସାଦ ପୁରୋହିତ ଦମ୍ପତି ଆସନରେ ବସିଥିବା ବେଳେ ମା ମଙ୍ଗଳାଙ୍କ ମୁଖ୍ୟ ପୁଜାରୀ ଭୀମ ନାୟକ ସମସ୍ତ କାର୍ଯ୍ୟ ତୁଲାଇଥିଲେ ଏହି ଅବସରରେ ୨୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିଲା ଅନ୍ୟାନ୍ୟ ଙ୍କ ମଧ୍ୟରେ ପୌର ସଭ୍ୟ ଜୈସା ସିଂଙ୍ଗ ଅଜୟ କୁମାର ରାଇ ଗୁପ୍ତେଶ୍ୱର ପାଣିଗ୍ରାହୀ ଏ ଭେଙ୍କଟ ରାଓ ଲାଲୁ କୃଷ୍ଣ ଏସ ସୁଧୀର ଆଚାରୀ ସୁଜିତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।