Hot Posts

6/recent/ticker-posts

ତୁମୁଡ଼ିବନ୍ଧ ମହାବିଦ୍ୟାଳୟ ରେ 77 ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଉଛି

ଫୁଲବାଣୀ, ୨୬/୦୧ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା ତୁମୁଡି଼ବନ୍ଧ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 77 ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପରିଚାଳନା ପରିଷଦର ପୂର୍ବତନ ସମ୍ପାଦକ ମାନ୍ୟବର ଶ୍ରୀଯୁକ୍ତ ଲଷ୍ମୀଧର ସାହୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଭାରତର ସର୍ବଭମତ୍ତ୍ୱ ଓ ଗଣତନ୍ତ୍ରର ସଫଳତା ପାଇଁ ଛାତ୍ର ଛାତ୍ରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ଆବଶ୍ୟକ ଓ ଭାରତର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବାରେ ଯୁବପିଢ଼ିଙ୍କ ର ବିଶେଷ ସହଭାଗିତା ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅଧ୍ୟକ୍ଷ ଡ଼ ସୁନୀଲ କୁମାର ପାତ୍ର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ 77 ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବ ସଙ୍ଗେ ସଙ୍ଗେ ଭାରତୀୟ ଗଣତନ୍ତ୍ର ଉପରେ ଅଭିଭାଷଣ ରଖିଥିଲେ । ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ଉପସ୍ଥିତ ଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ସାଧାରଣତନ୍ତ୍ର ଦିବସର କାର୍ଯ୍ୟକ୍ରମ ସମୟରେ ଆରମ୍ଭ ରୁ ଶେଷ ପଯ୍ୟନ୍ତ ଶାନ୍ତି ଶୃଙ୍ଖଳା ବଜାଇ ରଖିଥିଲେ ।


କନ୍ଧମାଳ ଜିଲ୍ଲା ରୁ ସ୍ୱତନ୍ତ୍ର ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।