Hot Posts

6/recent/ticker-posts

ରାଜେନ୍ଦ୍ର ଦୁରିଆ କାଶୀପୁର ବ୍ଲକ କଂଗ୍ରେସ କମିଟିର ସଭାପତି ନିଯୁକ୍ତ

ରାୟଗଡ଼ା, ୩୦/୦୧ ( ଭି. ଗୌରି ଶଙ୍କର ରାଓ ) : କାଶୀପୁର ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ରାଜେନ୍ଦ୍ର ଦୁରିଆଙ୍କୁ ନିଯୁକ୍ତ କରାଯାଇଛି। ଦଳର ଉଚ୍ଚ ନେତୃତ୍ୱ ତାଙ୍କ ଉପରେ ଆସ୍ଥା ରଖି ଏହି ଦାୟିତ୍ୱ ଅର୍ପଣ କରିଛନ୍ତି। ଦୀର୍ଘଦିନ ଧରି କଂଗ୍ରେସ ଦଳର ସଂଗଠନକୁ ମଜବୁତ କରିବାରେ ଶ୍ରୀ ଦୁରିଆଙ୍କ ଅବଦାନ ଅପୂର୍ବ ରହିଛି। ତାଙ୍କ ନିଯୁକ୍ତିରେ କାଶୀପୁର ବ୍ଲକର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରି ଦେଖାଦେଇଛି। ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରି ଶ୍ରୀ ଦୁରିଆ କହିଛନ୍ତି ଯେ, ସମସ୍ତ କଂଗ୍ରେସ କର୍ମୀଙ୍କୁ ସହ ନେଇ ଦଳକୁ ତଳସ୍ତରରେ ଅଧିକ ସୁଦୃଢ଼ କରିବା ତାଙ୍କର ପ୍ରାଥମିକତା ରହିବ।