ପଞ୍ଚଭୂତରେ ବିଲୀନ ହେଲେ ଡାକ୍ତର ସୁରେଖା ଓଝା
ବରୀ, ୩୦/୦୧ ( ରଂଜିତ ମହାନ୍ତି ) : ଆଜି ବଡ଼ି ସକାଳୁ ବରୀ ଅଞ୍ଚଳର ଅତି ପରିଚିତ ବିଶିଷ୍ଠ ସ୍ତ୍ରୀ ରୋଗ ଡାକ୍ତର ସୁରେଖା ଓଝାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମର ଶରୀରକୁ ବରୀ, ଅରଙ୍ଗାବାଦ ଓ ରମ୍ପା ପଞ୍ଚାୟତ ପରିକ୍ରମା କରାଯାଇଥିଲା । ବିଭିନ୍ନ ସ୍ଥାନରେ ଲୋକମାନେ ତାଙ୍କୁ ଶେଷ ଦର୍ଶନ କରିଥିଲେ । ଏହା ପରେ ଗ୍ରାମ୍ୟ ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ସାନପୁଅ ଡାକ୍ତର ବିମଳେଶ ଓଝା ମୁଖାଗ୍ନି ଦେଇଥିଲେ । ଏହି ସମୟରେ ତାଙ୍କ ବଡ଼ ପୁଅ ସମରେଶ ଓଝା, ମଝିଆ ପୁଅ ଇଂ ଅମରେଶ ଓଝା, ଅନ୍ୟ ପରିବାର ସଦସ୍ୟଙ୍କ ସହିତ ବରୀ ଅଞ୍ଚଳର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ବରୀ-ଡେରାବିଶର ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।