କନ୍ଧମାଳ ଜିଲ୍ଲାପ୍ରେସ କ୍ଳବ ସଭାପତି ସୁନୀଲ ଓ ସାଧାରଣ ସମ୍ପାଦକ ତ୍ରୀନାଥ
କନ୍ଧମାଳ, ୨୮/୦୧ (ଅଚ୍ୟୁତ ଜାନୀ) : ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଳବର ଦୁଇ ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ଭାବେ ସୁନୀଲ କୁମାର ପଟ୍ଟନାୟକ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ତ୍ରିନାଥ ସାହୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟ କାରୀସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା ଓ ଉପସଭାପତି ଭାବେ ସୁଜିତ କୁମାର ବେହେରା, ପ୍ରଶାନ୍ତ କୁମାର ପଣ୍ଡା ଏବଂ ଯୁଗ୍ମ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପ୍ରଧାନ ଓ ଫିଲମୋହନ ନାୟକ ରିଟର୍ନିଙ୍ଗ ଅଫିସର ଭାବେ ନିର୍ବାଚନ ପରିଚାଳନା କରିଥିଲେ ।