Hot Posts

6/recent/ticker-posts

ମାଁ ସୁରାଦେଇ ଫ୍ରେଣ୍ଡସ୍ କ୍ଲବର ୪ର୍ଥ ବାର୍ଷିକ ବନ୍ଧୁମିଳନ

କନ୍ଧମାଳ, ୨୮/୦୧ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ମାଁ ସୁରାଦେଇ ଫ୍ରେଣ୍ଡସ୍ କ୍ଲବ୍ ର ୪ର୍ଥ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଦୁତୀମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ସମ୍ବେପଦର ଡ୍ୟାମ୍ ନିକଟରେ ଅନୁଷ୍ଠିତ ହୋଯାଇଛି। ଉକ୍ତ କାର୍ଯ୍ୟକ୍ରମଟି କ୍ଲବର ସାଧାରଣ ସମ୍ପାଦକ ବୁଦ୍ଧିଆ ଗଣ୍ଡାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ତହସିଲଦାର ସୁଶ୍ରୀ ଶୁଭଶ୍ରୀ ରଥ, ରାଜସ୍ବ ନୀରିକ୍ଷକ ଶ୍ରୀ ଜୟନ୍ତ କୁମାର ସାହୁ, ପୂର୍ବତନ ଶିକ୍ଷକ ତଥା କ୍ଲବ ଗୁରୁ ଦଶରଥ ପ୍ରଧାନ,ଅମିନ ବିନୟ କୁମାର ସାହୁ,ଯୁବ ସମାଜ ସେବୀ ସମୀର ପ୍ରସାଦ ଝାଙ୍କର, ସାମ୍ବାଦିକ କ୍ଷୀରୋଦ ସାହାଣୀ ପ୍ରମୁଖ ଯୋଗଦେଇ ଥିଲେ । କ୍ଲବଟି ଖଜୁରୀପଡ଼ା ଉଚ୍ଚ ବିଦ୍ୟାଳୟ ୧୯୯୭-୯୮ ବ୍ୟାଚ ଦଶମ ଛାତ୍ର ମାନଙ୍କୁ ନେଇ ଗଠିତ ହେଇଥିବା ଏହି ଅନୁଷ୍ଠାନଟି ନିଜର ଜୀବନ ଜୀବିକା ଓ ସରକାରୀ କାର୍ଯ୍ୟରେ ଥିବା ସଦସ୍ୟ ମାନେ ବହୁ ଦୂର ଦୂରାନ୍ତରୁ ନିଜର ସାଙ୍ଗ ସାଥି ମାନେ ଏକତ୍ରିତ ହୋଇଥିଲେ । ଅତିଥି ମାନଙ୍କୁ ସମ୍ମାନୀତ କରିବା ପରେ ପ୍ରଥମେ କେକ୍ କାଟି ନାଚ ,ଗୀତ, କରି ସ୍ମୁତି ସାଉଁଟିବା ସହିତ ଭାବର ଆଦାନ ପ୍ରଦାନ କରିଥିଲେ ।
ତାପରେ କ୍ଲବ୍ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ପାଖରେ ସରକାରଙ୍କର ଯୋଜନା ପହଞ୍ଚି ପାରିବ ଏବଂ ଲୋକ ମାନଙ୍କର ବିକାଶ ନିମନ୍ତେ କିପରି ବିଭିନ୍ନ କାର୍ଯ୍ୟକ୍ରମ ହୋଇପାରିବ ସେ ନେଇ ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ଆଗାମୀ ଦିନ ମଧ୍ୟରେ ଏହି କ୍ଲବ୍ ସବୁବେଳେ ସାଧାରଣ ଲୋକଙ୍କ ହିତ ପାଇଁ କାମ କରିବ ବୋଲି ସମ୍ପାଦକ ବୁଦ୍ଧିଆ ଗଣ୍ଡା ସୂଚନା ପ୍ରଦାନ କରିଥିଲେ। କ୍ଲବର ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଥିବା ଓ ନିଷ୍ପତ୍ତି ନେଇଥିବା କାର୍ଯ୍ୟକୁ ଯୋଗ ଦେଇ ଥିବା ପ୍ରଶାସନିକ ଅତିଥିଗଣ ଭୁରି ଭୁରି ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ। ଏଥିରେ କ୍ଲବର ଉପସଭାପତି ସୁଧାଂଶୁ ବେହେରା, ଆଲୋକ ପ୍ରଧାନ, ସୁଶିଲ ବେହେରା,ତରଣିସେନ ମଳିକ, ସୂର୍ଯ୍ୟ ନାରାୟଣ ବେହେରା, ଅଶୋକ ବେହେରା, ରବିନ୍ଦ୍ର ବେହେରା, କୈଳାଶ ବେହେରା, ଜଗନ୍ନାଥ ଜାନୀ, ମିଥୁନ ସାହୁ, ପଦ୍ମ ଚରଣ ବେହେରା , ଶାନ୍ତନୁ ପାତ୍ର, ଶୁଭେନ୍ଦୁ ମଳିକ, ଜିତେନ୍ଦ୍ର ମଳିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।