ପୋଡ଼ାଗଡ ସରକାରୀ ଜାତୀ ଓ ଜନଜାତୀ ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
କୋରାପୁଟ, ୨୦/୦୧ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମ ପଞ୍ଚାୟତର ସରକାରୀ ଜାତୀ ଓ ଜନଜାତୀ ବାଳିକା ବିଦ୍ୟାଳୟରେ (କନ୍ୟାଶ୍ରମ) ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତାଙ୍କୁ ମୂଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା ଓ ତାଙ୍କ ସହ ଅନେକ କଂଗ୍ରେସ କର୍ମୀ ଓ ସରକାରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ତାହାଙ୍କର ୧୭ ଗୋଟି ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଗେଷ୍ଟ୍ ଟିଚର୍ ୪ଜଣ ଓ ବାକି ସବୁ ରେଗୁଲାର ତିଚର୍ ଥିଲେ ଓ ୬୦୦ ଜଣ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରିଆସୁଛନ୍ତି । ସେ ସମସ୍ତେ ଉପସ୍ଥିତ ରହି ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ପୁଣି ଏଥିରେ ପୋଡ଼ାଗଡ ସରପଞ୍ଚ ଶ୍ରୀମତି ଉତ୍ସ ଜାନୀ, ଦଶମନ୍ତପୁର (୨) ଜିଲ୍ଲା ପରିଷଦ ଶ୍ରୀ ଧନପତି ସାଉଁନ୍ତା ଏବଂ ମୋ ସମ୍ବାଦର ଜିଲ୍ଲା ପ୍ରତିନିଧି ଶ୍ରୀ ବିପିନ୍ କୁମାର୍ ହିଆଲ୍ ,ମିଡ଼ିଆ ଏଜ୍ ର ଜିଲ୍ଲା ପ୍ରତିନିଧି ଶ୍ରୀ ମୀନ ହନ୍ତାଳ, ଓ ଓଡ଼ିଶା ଭାସ୍କର ର ଜିଲ୍ଲା ପ୍ରତିନିଧି ଶ୍ରୀ ମଣ୍ଟୁ ଭତ୍ରା ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମାନ୍ୟବର ବିଧାୟକ ଶ୍ରୀ ସାଉଁନ୍ତା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ ଉପଦେଶ ଦେଇ ଉତ୍ସାହ ପ୍ରଦାନ କରିଥିଲେ । ଅବଶେଷରେ ଧନ୍ୟବାଦ ସହ ବାର୍ଷିକ ଉତ୍ସବ ସମାପ୍ତ କରାଯାଇଥିଲା ।
କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ୍ ନିୟୁଜ