କୋକସରା ବ୍ଳକ ଯାଦବ ସମିତି ପକ୍ଷରୁ ଅସହାୟ ବୃଦ୍ଧା ଙ୍କୁ ସହାୟତା
କୋକସରା, ୧୯/୦୧ ( ପରୀକ୍ଷିତ ମାଝୀ ) : ଅସହାୟ ହାୟ ଅବସ୍ଥାରେ ରହୁଥିବା କୋକସରା ବ୍ଳକ ଟେମରା ଗ୍ରାମ ମର ବୃଦ୍ଧା ନେପୁ ନେପୁର ଚଣ୍ଡି ଙ୍କୁ ତାଙ୍କ ପଡୋଶୀ ଗାଲି ଗୋଲଜ କରୁଥିବା ଖବର ସାମାଜିକ ଗଣମାଧ୍ୟମରେ ଦେଖୁବାକୁ ମିଲିଥିଲା। ଏହା ପରେ କୋକସରା ବ୍ଳକ ଯାଦବ ସମିତି ପକ୍ଷରୁ ନିଜ ଜାତିର ଜଣେ ଅସହାୟ ମହିଳାଙ୍କ ପ୍ରତି ଅନ୍ୟାୟ ହେଉଥିବା ବାରୁ ଆଜି ତାଙ୍କ ପାଖକୁ ପହଞ୍ଚିଲେ। ବ୍ଳକ ଯାଦବ ସମିତିର ସଭାପତି ଦ୍ବାରିକାନାଥ ବାଗଙ୍କ ନେତୃତ୍ୱରେ ଏକ ଟିମ୍ ଟେମରା ଗ୍ରାମରେ ପହଞ୍ଚି ବୃଦ୍ଧା ନେପୁର ଚଣ୍ଡିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ବୃଦ୍ଧା ମହିଳାଙ୍କ କେହି ସମ୍ପର୍କୀୟ ନଥିବା ବେଳେ ସେ ଏକୁଟିଆ ରହୁଛନ୍ତି। ଏହାର ସୁଯୋଗ ନେଇ ତାଙ୍କର ଜଣେ ପଡୋଶୀ ବୃଦ୍ଧା ଗାଲିଗୋଲଜ କରିବା ସହିତ ଧମକ ଚମକ କରୁଥିବାରୁ ଯାଦବ ସମାଜ ଅସନ୍ତୋଷ ବ୍ୟକ୍ତି କରିବା ସହିତ ବୃଦ୍ଧା ଙ୍କୁ ଆସ୍ବସନା ଦେଇଛନ୍ତି। ଏବଂ ଯାଦବ ସମାଜ ପକ୍ଷରୁ ବୃଦ୍ଧାଙ୍କୁ ଆର୍ଥ ରାଶି ମଧ୍ୟ 14 ସହଯୋଗ କରାଯାଇଛି। ଏଥୂ ସହିତ ବୃଦ୍ଧାଙ୍କ ଅନ୍ତୋଦୟ ରାସନ୍ ରାସ କା କାର୍ଡରେ ସାମିଲି କରିବା ବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି। ଏହି ପ୍ରତିନିଧୂ ଦଳରେ ବ୍ଳକ ସଭାପତି ଶ୍ରୀବାଗ ସମେତ କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା, କୋଷାଧ୍ୟକ୍ଷ ଗଣେଶ୍ବର ପୁଞ୍ଜି, କୋକସରା ଆଞ୍ଚଳିକ ସଭାପତି ଖୂରାଦ୍ରୀ ବେମାଲ, ଡାଲଗୁମା ଆଞ୍ଚଳିକ ସମ୍ପାଦକ ଡିଙ୍ଗର ଭାଟି, ଛିଲିପାମାଲ ସମ୍ପାଦକ ଡମ୍ବରୁଧର ଖର୍ସେଲ, ଗୋତମୁଣ୍ଡା ଆଞ୍ଚଳିକ ସଭାପତି ତରୁଣ ଗୋପାଳ, ସାନପୋଡାଗୁ ।ଗୁଡା ଆଞ୍ଚଳିକ ସଭାପତି ତନୁରାମ ଗୋପାଳ, ଆମପାଣି ଜୋନ ଉପ ସଭାପତି ଆନନ୍ଦ ଗୋପାଳ, ସ୍ୱେଚ୍ଛାସେବୀ ଧବଳେଶ୍ବର ଗୋପାଳ, ଲକ୍ଷ୍ୟରାମ ପୁଞ୍ଜି ପ୍ରମୁଖ ଉପସ୍ଥିତ ରହିଥିଲେ।