Hot Posts

6/recent/ticker-posts

ବାବୁଫାଷଡ଼ ପଞ୍ଚାୟତ ରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

ବଲାଙ୍ଗୀର , ୧୯/୦୧  ( ମୁକୁନ୍ଦ ବାଗ ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବାବୁଫାଷଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ସରପଞ୍ଚ ଜୟନ୍ତୀ ସେଠ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଯୋଗ ଦେଇଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ଦାସ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ l ଶିଶୁବିକାଶ ପ୍ରକଳ୍ପ ସୁପରଭାଇଜର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଧୀରେନ୍ଦ୍ର ମେହେର ଯୋଗ ଦେଇଥିଲେ l ଉକ୍ତ ଗ୍ରାମ ପଞ୍ଚାୟତ ର ବାବୁଫାସଡ଼ ସମେତ ଅନ୍ୟାନ୍ୟ ଗ୍ରାମରୁ ଅଭିଯୋଗ ପଞ୍ଜିକରଣ ପାଇଁ ଆସିଥିଲେ l ସମୁଦାୟ ୫ ଟି ଅଭିଯୋଗ ଉପରେ ଅତିଥି ମାନେ ଶୁଣାଣି କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କାର୍ଯ୍ୟାଳୟ ରୁ ଜିପିଓ ସୁଧୀର ପାଢ଼ୀ, ଏପିଓ ଜଗତଜିତା ସେଠି, ଆରଡବ୍ଲୁଏସଏସ ଯନ୍ତ୍ରୀ ବିଭୁତିଭୂଷଣ ସାମଲ, ଆଲୋକ ମିଶ୍ର , ସୁଶାନ୍ତ ମହାକୁର , ଅଭି ସାହୁ , ସୁନିଲ ସାହୁ , ସିବୁନ ପୁ ଟେଲ, ଅଂଶୁମାନ ଦେବବାବୁ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣି ରେ ଭତ୍ତା, ରାସନ କାର୍ଡ , ଆବାସ ଗୃହ ଉପରେ ଅଭିଯୋଗ ଆସିଥିଲ। ଉକ୍ତ ଜନ ଶୁଣାଣି ଶିବିର ରେ ବାବୁଫାସଡ଼ ଏଡିଈଓ ରୋହିତ ବାରିକ ଉପସ୍ଥିତ ରହି ସହଯୋଗ କରିଥିଲେ l ସେହିପରି ଅଙ୍ଗନବାଡ଼ି କର୍ମୀ, ୱର୍ଡସଭ୍ୟ ମାନେ ଉପସ୍ଥିତ ଥିଲେ l ମୋଟା ମୋଟି ଭାବରେ ଜନ ଶୁଣାଣୀ ଶିବିର ଟି ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି l