ଏକ ଲଵ୍ୟ କୋଚିଂ ସେଣ୍ଟର ର ବାର୍ଷିକ ଉତ୍ସବ ।
ଯାଜପୁର, ୨୪/୦୧ ( ରଂଜିତ ମହାନ୍ତି ) : ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତର ଛତିଶଦେବିଲ ଗ୍ରାମରେ ଥିବା ଏକଲଵ୍ୟ କୋଚିଂ ସେଣ୍ଟର ପବିତ୍ର ଶ୍ରୀପଞ୍ଚମୀ ଅବସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେlଇଯାଇଛି l ଡ଼କ୍ଟର ପର୍ଶୁରାମ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ଜେନା, ସମ୍ମlନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଅଶ୍ୱିନୀ କୁମାର ବିଶ୍ୱାଳ, ଜୟରାମ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଗ୍ରାମଞ୍ଚଳରେ ଉନ୍ନତ ମାନର ଶିକ୍ଷା ପାଇଁ ଏହା ଏକ ଆଲୋକ ବର୍ତ୍ତିକା ସଦ୍ରୁଶ ସେ ବିଷୟରେ ବକ୍ତ୍ବ୍ବ୍ୟବ ପ୍ରଦାନ କରିଥିଲେ lଅନୁଷ୍ଠାନ ର ପରିଚାଳକ ସୁବାଷ ଚନ୍ଦ୍ର ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ସୁକାନ୍ତ କୁମାର ବିଶ୍ୱାଳ ଅତିଥି ପରିଚୟ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ l ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେlଇଥିଲା ।କୃତିପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଯୁବ ସମାଜସେବୀ ଦେବବ୍ରତ ବିଶ୍ୱାଳ କୋଚିଂ ସେଣ୍ଟର ବାର୍ଷିକ ଉତ୍ସବ ସମ୍ବନ୍ଧରେ ବକ୍ତ୍ବବ୍ୟ ପ୍ରଦାନ କରିଥିଲେ l ପ୍ରଶାନ୍ତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l