Hot Posts

6/recent/ticker-posts

ସହର ମଝିରେ ବଡ ଦୁର୍ନୀତି।ନିମ୍ନ ଠୁ ଅତିନିମ୍ନ କାମ ନ ସରୁ ସରୁ ରାସ୍ତା ର ଅବସ୍ଥା ବେହାଲ।

ଭବାନୀପାଟଣା, ୨୪/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସହର ପୌରପାଳିକା ୧ ନମ୍ବର ଓ୍ବାର୍ଡ ରେ ନିର୍ମାଣଧିନ ପିଚୁ ରାସ୍ତା ର ଅବସ୍ଥା ବେହାଲ। ପିଚୁ ରାସ୍ତା ରେ ପିଚୁ ନାହିଁ ଧୁଲିଗୁଣ୍ଡ ଉଡିଲାଣି।ନିମ୍ନ ଠାରୁ ଅତି ନିମ୍ନମାନର କାମ କରି ବିଲ୍ ହଡ଼ପ ପାଇଁ ଠିକାଦାର ଓ ଯନ୍ତ୍ରୀ ଙ୍କ ମିଲିଭଗତ ର ଷଡ଼ଯନ୍ତ୍ର। ଗାଁ ଗଣ୍ଡାରେ ପ୍ରତିଦିନ ଦୁର୍ନୀତି ର ଖବର ଆସେ।ହେଲେ ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ, ନିମ୍ନମାନର ଅଲ୍ପ କାମ କରି ବିଲ୍ ହଡ଼ପ କରୁଥିବା ସହର ଉନ୍ନୟନ ବିଭାଗ,ଭବାନୀପାଟଣା ର ଦୁର୍ନିତି ଗ୍ରସ୍ତ ପୌରପାଳିକା।ସହର ର ଲୋକଙ୍କୁ ମଧ୍ୟ ଭକୁଆ କରି ଲୁଟିଥାନ୍ତି ।ସେହିଭଳି ସଙ୍ଗିନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନିପାଟଣା ପୌରପାଳିକା ଅଧିନସ୍ଥ ୧ ନମ୍ବର ଓ୍ବାର୍ଡ ର , ହନୁମାନ ମନ୍ଦିର ଠାରୁ ଗଣେଶ ମନ୍ଦିର ପର୍ଯ୍ୟନ୍ତ ପିଚୁ କାମ ର।୧୪ ତାରିଖ ରେ ରାତି ଅଧିଆ ପିଚୁ କାମ କଲେ ହେଲେ ସକାଳେ ପିଚୁ ଉଠିଯାଇଥିଲା।  ରାସ୍ତା ରେ ପିଚୁ ଉଠି ବାଲି ଗୋଡି ବାହାରିପଡିଛି ।କାମ ସରିବାର ସପ୍ତାହେ ପୁରି ନାହିଁ ରାସ୍ତା ର ଅବସ୍ଥା ଶୋଚନୀୟ। ସ୍କୁଲ କଲେଜ ଯିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିପଦପୂର୍ଣ୍ଣ ସାଜିଛି ।ବିଭାଗୀୟ ଲୋକଙ୍କ ଉପସ୍ଥିତିରେ ଯଦି କାମ ହୋଇଛି । ଏତେ ନିମ୍ନମାନର କାମ କେମିତି ହେଲା । ରାତାରାତି କାମ କରି ବିଲ୍ ହଡ଼ପ ପାଇଁ ଯୋଜନା ଥିଲା କି। ଦୁର୍ନୀତିଖୋର ମାନେ ସହର ମଝିରେ ମଧ୍ୟ ନିମ୍ନମାନର କାମ କରିବାକୁ କାହିଁକି ଡରଭୟ ନାହିଁ। ପୌରପାଳିକା ରେ କିଏ କିଏ ଦୁର୍ନୀତି କରିବାକୁ ସାହସ ଦେଉଛନ୍ତି। ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ଯଦି ଏହା ର ପୁନଃ ନିର୍ମାଣ କରାନଯାଏ ତେବେ ପୌରପାଳିକା ବନ୍ଦ କରିବା ସହ ରାସ୍ତା ଅବରୋଧ କରିବୁ। ଅଭିଯୋଗ କୁ ବିଭାଗୀୟ ଅଧିକାରୀ ଙ୍କୁ ଫୋନ୍ ଯୋଗେ ପଚାରିବାରୁ ଆମେ ପୁଣିଥରେ କାମ କରିବା ସହ ପିଚୁ ଢ଼ାଳିବୁ କହିଛନ୍ତି।ତେବେ ଦୁର୍ନୀତି କୁ ପ୍ରଶୟ ଦେଉଥିବା ଲୁଟଖୋର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତ !


କଳାହାଣ୍ଡି ରୁ ବିଷ୍ନୁ ଚରଣ ସ୍ୱାଇଁ ଙ୍କ ରିପୋଟ