ବାଇକ ଦୁର୍ଘଟଣାରେ ୨ ଯୁବକ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି।
କୋକସରା, ୨୪/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ବାଇକ ଦୁର୍ଘଟଣାରେ ୨ ଯୁବକ ଙ୍କ ମୃତ୍ୟୁ,କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ପଞ୍ଚାୟତ ଭାଲୁପଡା ନିକଟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବାଇକ ରୁ ପଡି ୨ ଯୁବକ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।ମୃତକ ହେଲେ କେନ୍ଦୁ ଡୋଙ୍ଗରି ଗ୍ରାମ ର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ (କୁନା) ବୋଳି ଜଣାପଡିଛି। ସ୍ଥାନୀୟ ଲୋକମାନେ ପୋଲିସ କୁ ସୂଚନା ଦେବାପରେ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ