Hot Posts

6/recent/ticker-posts

ଶିଶୁ ଅଧୁକାର ଯୋଜନା ବାଟବଣା ଅଭିଯୋଗ

ବରୀ, ୦୬/୧୨ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ସ୍ତରରେ ଶିଶୁ ଅଧିକାର ଯୋଜନା ବାଟବଣା ଦୁର୍ଦ୍ଦିନରେ ଦିନ କାଟୁଛ ଜିଲ୍ଲାର ନିରୀହ ଶିଶୁ । ଦିଗହରା ହୋଇଛି ଶିଶୁ ଅଧିକାର ଆଇନ କୌଣସି ଦେଶରେ ଅଭିବୃଦ୍ଧି ଶିଶୁ ମାନଙ୍କର ଗୁଣାତ୍ମକ ବିକାଶରୁ ହିଁ ଜଣା ଯାଇଥାଏ ଆଜିର ବ୍ୟବସାୟିକ ସମାଜରେ ଶିଶୁ ଯେଭଳି ଏବେ ମାନସିକ ଓ ଶାରୀରିକ ଶୋଷଣର ଶିକାର ହେଉଛତି ତାହା ଅତ୍ୟନ୍ତ ଦୁଃଖ ଦାୟକ । ଯାଜପୁର ଜିଲ୍ଲାରେ ଥିବା ବିଭିନ୍ନ ବ୍ଲକ ମାନଙ୍କରେ ଶିଶୁ ଶ୍ରମିକ ସଂଖ୍ୟା ଦିନ‌କୁ ଦିନ ବୃଦ୍ଧିପାଉଛି! ଜିଲ୍ଲାରେ ଥିବା ଘୁଷୁରି ପାଳନ, ବିଭିନ୍ନ ହୋଟେଲ, କବାଡି ଦୋକାନ, ତା' ଦୋକାନ ମାନଙ୍କରେ ଗୋତି ସାଳିବା ସହିତ ଶିଶୁ ମାନେ ଭିକ ମାଗୁଥିବା ଦେଖୁବାକୁ ମିଳୁଛି । ଲୋକ ପ୍ରିୟତା ବୃଦ୍ଧି କରିବା ଆଳରେ କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁ ଶ୍ରମିକ ଆଇନ ପ୍ରଣୟନ କରିଛନ୍ତି । ଯାହା ଯାଜପୁର ଜିଲ୍ଲାରେ ଫେଲ ମାରିଛି । ବିଭିନ୍ନ କର୍ମରେ ନିୟୋଜିତ ହେଉଛନ୍ତି ଶିଶୁ । ଏମାନଙ୍କୁ କମ ଟଙ୍କା ଦେଇ ବିଭିନ୍ନ କାମରେ ନିୟୋଜିତ କରିବା ଶୁଣିବାକୁ ମି ମିଳେ ।ଦାୟକ ଯେଭଳି କାମରେ ଲଗାଯାଉଛି ଅନୁଭବ କରିବା ଅତ୍ୟନ୍ତ କଷ୍ଟ ଦାୟ । ରାଜ୍ୟ ସରକାର ଶିକ୍ଷାରେ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ହେଁ ତାହା ବାଟବଣା । ଶିକ୍ଷ୍ୟା ନାଁରେ ଦୁର୍ନୀ ଦୁର୍ନୀତି ହେଉଛି ନିଜ ତଥା ପରିବାର ଲୋକ ମେଣ୍ଟାଇବା ପାଇଁ ଶିଶୁ ଶ୍ରମିକ ଏବେ କାର୍ଯ୍ୟ କରୁଥିବା କୁହାଯାଉଛି । ଏପରି କି ସହର ମାନଙ୍କରେ ଥିବା ମନ୍ଦିର ମାନଙ୍କରେ, ବସଷ୍ଟାଣ୍ଡ ପରିସରରେ ବୁଲି ବୁଲି ଭିକ୍ଷା ମାଗୁଥିବା ଦେଖିବାକୁ ମିଳୁଛି । ଦାରିଦ୍ର୍ୟ କାରଣରୁ ଏହି ଶିଶୁ ମାନେ ଖାଦ୍ୟ ଅଭାବ, ସ୍ୱାସ୍ଥ୍ୟ ଅବସ୍ଥା ଅବନୀତି ସହ ଗୁଣାତ୍ମକର ଶିକ୍ଷା ସୁଯୋଗ ମଧ୍ୟ ହରାଉଛନ୍ତି । ରାଜ୍ୟସରକାର ପ୍ରାଥମିକ ଶିକ୍ଷା ପ୍ରତି ଗୁରୁତ୍ବ ପ୍ରଦାନ କରି ବିଦ୍ୟାଳୟ ପ୍ରତି ଶିଶୁ ମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରିଛନ୍ତି ତଥାପି ଶିଶୁ ଶ୍ରମିକ ହ୍ରାସ ପାଇପାରୁନାହିଁ । ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଜିଲ୍ଲା ଶ୍ରମ ବିଭାଗ ଦାୟିତ୍ୱରେ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁତା ହେତୁ ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ, ଶିଶୁ କଲ୍ୟାଣ ବିଭାଗ ଦେଖୁ ନ ଦେଖୁଲା ପରି ଅଭିନୟ କରୁଥିବା ମନେ ହେଉଛି । ଜିଲ୍ଲା ପ୍ରଶାସନ ଅନ୍ଧ ପୁଟୁଳି ବାନ୍ଧି ନୀରବରେ ବସିଛି । ତେଣୁ ଏବେ ଠାରୁ ପ୍ରଶାସନିକ ତଥା ରାଜନୈତିକ କ୍ଷେତ୍ରରେ ଏହାର ପ୍ରତିବାଦ ସୂରୂପ ପ୍ରଚାର ପ୍ରସାର ନ କଲେ ଆଗକୁ ଆହୁରି ଶିଶୁ ଶ୍ରମିକ ବଢିବାରେ ଆଶଙ୍କା ରହିଛି ।