Hot Posts

6/recent/ticker-posts

ଏକ କିଲୋମିଟର ରାସ୍ତା ମରାମତି କଲେ ଗ୍ରାମବାସୀ

ମୟୁରଭଞ୍ଜ, ୨୫/୧୨  ( ମୁକେଶ ଦାସ ) : ଗାଁ କୁ ନାହିଁ ପଦ୍ମ ପକ୍କା ରାସ୍ତା, ଆସିପାରୁନି ଲକ୍ଷ୍ମୀ ବସ ଉପାୟ ନପାଇ ଗ୍ରାମବାସୀ ନିଜେ ଶ୍ରମଦାନ ମଦାନ କରି ଏକ କିଲୋମିଟର ରାସ୍ତାକୁ କଲେ ସମତୁଲା। ଏଭଳି ଚିତ୍ର ଆସିଛି ମୟୂରଭଞ୍ଜ ଜାମଦା ବ୍ଲକ ଅନ୍ତର୍ଗତ ବଡ କୁଲେଇବିରା ଗ୍ରାମପଞ୍ଚାୟତର ଘୁମାଳ ଗ୍ରାମରେ। ଯେଉଁଠି ଘୁମାଳ ଦୁମାଘୁଟ ଗ୍ରାମଠାରୁ ରଙ୍ଗମାଟିଆ ଗ୍ରାମ ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଗ୍ରାମବାସୀ ନିଜସ୍ବ ଖର୍ଚ୍ଚ ଓ ଶ୍ରମଦାନ କରି ସମତୁଲ କରିଛନ୍ତି। ଅଭିଯୋଗ ଅନୁସାରେ ଗ୍ରାମବାସୀ ବ୍ଲକ ପ୍ରଶାସନକୁ ପକ୍କା ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ହୋଇ ପାରିନାହିଁ ପକ୍କା ସଡକ ଯାହା ଫଳରେ ଗ୍ରାମବାସୀ ମୋ ବସ ସେବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ୬ ମାସ ପୂର୍ବରୁ ଗ୍ରାମକୁ ମୋ ବସ ଯାତାୟତ କରୁଥିଲା କିନ୍ତୁ ରାସ୍ତା ସଙ୍କଟାପନ୍ନ ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ସେବା ବନ୍ଦ କରାଯାଇଛି। ତେବେ ଏହି ସେବାକୁ ଉପଲବ୍ଧ କରନ୍ତୁ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗତ ସୋମବାର ଦିନ ଗ୍ରାମବାସୀ ଦାବୀ ଜଣାଇ ଥିବାବେଳେ ଗ୍ରାମବାସୀଙ୍କୁ ରାସ୍ତା ସଙ୍କଟାପନ୍ନ ରହିଛି ବୋଲି ବିଡିଓ କହିବାରୁ ଗ୍ରାମବାସୀ ମାନେ ଆଜି ନିଜସ୍ବ ଖର୍ଚ୍ଚ ଓ ଶ୍ରମଦାନ ମଦାନ କରି ସମ୍ପୂର୍ଣ୍ଣ ରାସ୍ତାକୁ ସମତୁଲ କରି ମୋ ବସ୍ (ଲକ୍ଷ୍ମୀ ବସ )ସେବା ଉପଲବ୍ଧ କରନ୍ତୁ ବୋଲି ଗଣମାଧ୍ଯମ ପାଖରେ ରେ ପ୍ରତିକ୍ରିୟା ରଖୁଛନ୍ତି। ତେବେ ଏଭଳି ଦୃଶ୍ୟକୁ ଗୁରୁତ୍ବାରୋପ କରି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କେବେ ଉକ୍ତ ରାସ୍ତାକୁ ପକ୍କା ରାସ୍ତା କରୁଛନ୍ତି ৩০° ବସ୍ ଚଳାଚଳ କରୁଛନ୍ତି ତାହା ପ୍ରଶ୍ନ ଘେରରେ। ରାସ୍ତା ନିର୍ମାଣ ରେ ଯତନ ମହାନ୍ତି, ଲକ୍ଷ୍ମୀ ମହାନ୍ତି, ସୁମିତ୍ରା ମହାନ୍ତି, ଆରତି ମହାନ୍ତି, ତପସ୍ବିନୀ ମହାନ୍ତି, ଦୁଲାରି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କଲେ।