ସପ୍ତମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ ଉଦଯାପିତ
ବରୀ, ୦୬/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବାଲିବିଲ ପଂଚାୟତ ମା ତାରିଣୀ ପୀଠ ଠାରେ ବିଶ୍ୱ ଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି।ଧାର୍ଯ୍ୟ ସମୟ ଅନୁଯାୟୀ ପ୍ରଥମ ଦିନରେ ଅଙ୍କୁରାରୋପଣ, ଦ୍ଵିତୀୟ ଓ ତୃତୀୟ ଦିନରେ ସୂର୍ଯ୍ୟ ପୂଜା,ଧେନୁ ପୂଜା,ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଗତକାଲି ବିଳମ୍ବିତ ରାତିରେ ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇଛି।ଯଜ୍ଞ ର ପ୍ରଥମ ରାତିରେ ଅନୁଷ୍ଠାନ ତରଫରୁ ପ୍ରବଚନ ଓ ଦ୍ଵିତୀୟ ରାତିରେ ନୃତ୍ୟ ନାଟକ ସହ ଭଜନ ସନ୍ଧ୍ୟାର ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଦୀର୍ଘ ସମୟ ଧରି ସାମିଲ ହେବା ସହ ପ୍ରବଚନ ପାଠ ଶୁଣିଥିଲେ।ଏତଦ୍ବ୍ୟତୀତ ତିନିଦିନ ଧରି ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।ବିଶେଷ କରି ପୂର୍ଣ୍ଣାହୁତି ସମୟରେ କଳସ ଧାରୀ ମହିଳା,ଶ୍ରଦ୍ଧାଳୁ ମାନେ ଦୀର୍ଘ ସମୟ ଧରି ବସି ରହି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।ଯଜ୍ଞ କାର୍ଯ୍ୟ ରେ କର୍ତ୍ତା ଭାବେ ପଦାରବିନ୍ଦ ସାମଲ ଓ ତାଙ୍କ ଧର୍ମପତ୍ନୀ ସୌମିତ୍ରୀ ସାମଲ ଅଂଶଗ୍ରହଣ କରିଥିବା ବେଳେ ଶରତ ପଢିହାରୀ,ଦୁର୍ଯ୍ୟୋଧନ ପରିଡା,ରଂଜନ ପଢିହାରୀ,ଅଭିମନ୍ୟୁ କାଣ୍ଡି,ମନୋରଞ୍ଜନ ପଢିହାରୀ,ଶାନ୍ତନୁ ସାମଲ,ପ୍ରଶାନ୍ତ ପଢିହାରୀ, ପ୍ରଦୀପ ନାଥ,ଦିବାକର ବେହେରା,ଚିନ୍ମୟ ସାମଲ,ପ୍ରଭାତ ନାଥ,କୃଷ୍ଣ ଚନ୍ଦ୍ର ପଢିହାରୀ,ଅନୁରାଗ ସାମଲ,ତ୍ରିଲୋଚନ ପଢିହାରୀ,ସଂଜୟ ପାଢ଼ୀ, ପ୍ରବୀର ଘଡେଇ,ଜଗବନ୍ଧୁ ପଢିହାରୀ,ପ୍ରଭୁ ଆଶୀର୍ବାଦ ସ୍ୱାଇଁ,ରାଜ ବର୍ଦ୍ଧନ ପଢିହାରୀ ପ୍ରମୁଖ ସହଯୋଗ କରିଥିଲେ।