କୁର୍ଲୁ ଘାଟି -ମେଡିକାଲ ରୋଡ଼ ଶୋଚନୀୟ |ମରାମତି ପାଇଁ ସାଧାରଣରେ ଦାବୀ |
ନବରଙ୍ଗପୁର, ୦୬/୧୨ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ସଦର ମହକୁମାର କୁର୍ଲୁ ଘାଟି -ମେଡିକାଲ ରୋଡ଼ ଦୀର୍ଘ ବର୍ଷ ହେବ ଶୋଚନୀୟ ହୋଇ ପଡିରହିଛି |ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବୀ ହେଉଛି |କୁର୍ଲୁ ଘାଟି ଛକ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ |ଏହି ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଯାନବାହାନ ଚଳାଚଳ କରୁଥିବା ବେଳେ ଏହି ରାସ୍ତା ଦେଇ ପ୍ରତିଦିନ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗୁରୁତର ରୋଗୀ ଓ ଜନସାଧାରଣ ଯିବା ଆସିବା କରୁଛନ୍ତି |ରାସ୍ତାଟି ଖାଲଢ଼େପ ସାଙ୍ଗକୁ ଆବଡା ଖାବଡା ହୋଇ ପଡ଼ିରହିଛି, ତଥାପି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ନଜରକୁ ଆସୁନଥିବା ପରୀତାପର ବିଷୟ |ଆବଡା ଖାବଡା ରାସ୍ତା ଯୋଗୁଁ ଅନେକ ସମୟରେ ଚାଲକମାନେ ଦୁର୍ଘଟଣାର ବି ଶିକାର ହେଉଥିବା ନଜର ରହିଛି |ଏହି ରାସ୍ତା ଦେଇ ଗଲେ ହିଁ କୋର୍ଟ, ମେଡିକାଲ, କଲେଜ, ଲେବର ଅଫିସ, କୃଷି ଅଫିସ, ଉଦ୍ୟାନ ଅଫିସ ଓ ଆରଡି ବିଭାଗର ଅଫିସ ଭଳି ଅନେକ ଅଫିସ ଗୁଡାକ ରହିଛି |ପ୍ରତିଦିନ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ସାଇକେଲ, ସ୍କୁଟି, ମଟର ସାଇକେଲ ଆଦି କଲେଜକୁ ଯିବା ଆସିବା କରୁଛନ୍ତି |ରାସ୍ତାର ଅବସ୍ଥା ଯୋଗୁଁ ଅନେକ ଛାତ୍ରଛାତ୍ରୀ, ବାଇକ, ସାଇକେଲ, ସ୍କୁଟି ଆଦିରୁ ପଡି ରକ୍ତାକ୍ତ ମଧ୍ୟ ହେଉଥିବା ଅଭିଯୋଗ ହେଉଛି |ତେଣୁ ଜିଲ୍ଲା ପ୍ରଶାସନ ଏହି ରାସ୍ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଵା ସହିତ ତୁରନ୍ତ ତାର ମରାମତି କରିବାକୁ ଜନ ସାଧାରଣ ଦାବୀ କରିଛନ୍ତି |ଜିଲ୍ଲା ପ୍ରତିନିଧି ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର