ବନ୍ଧୁ ପାଇଁ ଦିନ ଟିଏ, କୃପାସିନ୍ଧୁ ବିଦ୍ୟାଭବନ, ବରୀ୨୦୧୦ ମସିହା ଦଶମ ଶ୍ରେଣୀ ବ୍ୟାଚ୍ର ବନ୍ଧୁ ମିଳନ
ବରୀ, ୨୫/୧୨ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳରେ ଅବସ୍ଥିତ ସର୍ବ ପୁରାତନ ହାଇସ୍କୁଲ କୃପାସିନ୍ଧୁ ବିଦ୍ୟାଭବନ, ବରୀ। ୨୦୧୦ ମସିହା ଦଶମ ଶ୍ରେଣୀ ବ୍ୟାଚ୍ର ୧୫ ବର୍ଷ ପରେ ପୁନଃ ଆଜି ସଫଳତାର ସହିତ ବନ୍ଧୁ ମିଳନ ଆୟୋଜିତ ହୋଇଯାଇଛି। ବହୁ ବର୍ଷ ପରେ ସହପାଠୀମାନେ ଏକତ୍ରିତ ହୋଇ ପୁରୁଣା ସ୍ମୃତିକୁ ସ୍ମରଣ କରି ଆନନ୍ଦ ଉଲ୍ଲାସରେ ମଗ୍ନ ହୋଇଥିଲେ। କିଛି ବନ୍ଧୁ ଉପସ୍ଥିତ ହୋଇପାରିନଥିଲା ସେମାନଙ୍କୁ ମନେପକାଇବାସହ ଆଗକୁ ଯେମିତି ସମସ୍ତେ ଉପସ୍ଥିତ ରହିବ ସେ ନେଇ ଆଲୋଚନା ମଧ୍ୟ ହୋଇଥିଲା ଆଗକୁ କେମିତି ବନ୍ଧୁ ମାନେ ଯେତେ ଦୂରରେ ଥିଲେବି "ବନ୍ଧୁ ପାଇଁ ଦିନଟିଏ" ଏକତ୍ରିତ ହେବାର ସ୍ଲୋଗାନ ର ସହିତ ସଂଗୀତ ଓ କ୍ରୀଡା ରେ ଉତ୍ସାହର ସହିତ ବନ୍ଧୁ ମିଳନ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ବାରିକ, ଜ୍ୟୋତି ରଞ୍ଜନ ଓଝା, ସତ୍ୟବ୍ରତ ଦାଶ, ଦିଲ୍ଲିପ ଦାଶ, ସତ୍ୟ ରଞ୍ଜନ ଦାସ, ମଧୁସୂଦନ ଦାସ, ସୋମେନ୍ଦ୍ର ଜେନା, ପ୍ରଦୀପ ଜେନା,ରାଜେଶ ଦାଶ , ମୁକେଶ କର, ମନସା କର, ସୁଭ୍ରଜିତ ରାଣା, ସୋମନାଥ ବାରିକ, ପ୍ରଶାନ୍ତ ମଲ୍ଲିକ, ସୁଧାଂଶୁ ଦଳାଇ, ଦୀପକ ବେହେରା ଓ ବିକ୍ରମ କେଶରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସାମୁହିକ ଆଲୋଚନା, ସ୍ମୃତିଚାରଣ ଓ ଫଟୋ ସେସନ୍ ମାଧ୍ୟମରେ କାର୍ଯ୍ୟକ୍ରମଟି ଉତ୍ସବମୟ ପରିବେଶରେ ସମ୍ପନ୍ନ ହୋଇଥିଲା।