ନ୍ୟାୟ ନ ପାଇ ଏସପି ଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତଙ୍କ ପରିବାର ଓ ଗ୍ରାମବାସୀ
ବରୀ, ୨୪/୧୨ ( ରଂଜିତ ମହାନ୍ତି ) : ବରୀ ପୋଲିସ ଉପରୁ ତୁଟି ଗଲାଣି ଭରସା। ଏହି ଗୋଟିଏ ଘଟଣା ନୁହେଁ ଅନେକ ସମୟରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଏସପି ଙ୍କ ଦ୍ବାରସ୍ଥ ହେବାକୁ ପଡୁଛି। ବରୀ ପୋଲିସର କାର୍ଯ୍ୟକ୍ରମ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଯେଉଁଠି ସାଧାରଣ ଘଟଣାରେ ଥାନା ନ୍ୟାୟ ଦେଇ ପାରିବା କଥା ତାହା କୌଣସି ନା କୌଣସି ଚାପରେ ଚାପି ହୋଇ ବରୀ ପୋଲିସ ନ୍ୟାୟ ଦେବାରେ ଅବହେଳା କରୁଥିବାରୁ ଏସପି ଙ୍କୁ ଭେଟୁଛନ୍ତି ଅଭିଯୋଗକାରୀ। ଯାହାର ଜ୍ୱଳନ୍ତ ଉଦାହରଣ ବନ୍ଧପଡ଼ା ଗାଁ ଘଟଣା ବରୀ ରାମଚନ୍ଦ୍ରପୂର ଥାନା ଅନ୍ତର୍ଗତ ବନ୍ଧପଡା ଗ୍ରାମର ଦେବେଶ ଭଞ୍ଜ ନିଜ କାର ଯୋଗେ ଯାଉଥିବା ବେଳେ ପାଖ ଗ୍ରାମର କିଛି ଯୁବକ ତାଙ୍କୁ ମରଣାତ୍ମକ ଆକ୍ରମଣକରି ଗୋଡ ହାତ ଭାଙ୍ଗି ଏକ ବିରି କିଆରୀରେ ଫୋପାଡି ଦେଇଥିଲେ। ପୀଡ଼ିତଙ୍କ ସାନ ବାପା ବ୍ରଜ କିଶୋର ଭଞ୍ଜ ଏ ନେ଼ଇ ବରୀ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅପର ପକ୍ଷ ମଧ୍ୟ ଅଭିଯୋଗ କରିଥିଲେ। କିନ୍ତୁ ଘଟଣାକୁ ୬ ଦିନ ଅତିକ୍ରମ କରିଥିଲେ ମଧ୍ୟ ବରୀ ପୋଲିସ ଧର୍ମକୁ ଆଖିଠାର ପରି ଜଣକୁ ଗିରଫ କରି ଚୁପ୍ ବସିଛି। ମୁଖ୍ୟ ଅଭିଯୁକ୍ତ ଖୁଲମ ଖୁଲା ବୁଲୁଛି ମାସକ ଭିତରେ ଅଭିଯୁକ୍ତ ମାନେ ଅନେକ ଲୋକଙ୍କୁ ପିଟିବା ହାଣିବା ଓ ଦୋକାନ ପୋଡ଼ିଦେବା ଭଳି ଘଟଣା ସଂପର୍କରେ ଥାନାରେ ଅଭିଯୋଗ ମଧ୍ଯ ହୋଇଛି। ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଅଭିଯୁକ୍ତ ମାନେ ଘଟଣା ପରେ ଘଟଣା ଘଟାଇ ଚାଲିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭିତ୍ତ ଅବସ୍ଥାରେ ଥିବାବେଳେ ଗାଁ ରେ ପୋଲିସ ମୁତୟନ ରହିଛି। ବରୀ ପୋଲିସର ଏଭଳି ସନ୍ଦେହ ଜନକ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତଙ୍କ ପରିବାର ଓ ଗ୍ରାମବାସୀ ଜିଲ୍ଲା ଆରକ୍ଷ ଅଧିକ୍ଷକଙ୍କୁ ଭେଟି ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଲିଖିତ ଭାବେ ଅବଗତ କରିଥିବାର ଜଣା ପଡ଼ିଛି। ତେବେ ଦେଖିବାକୁ ବାକି ରହିଲା ଆହତ ଦେବେଶ ଭଞ୍ଜଙ୍କୁ ନ୍ୟାୟ ମିଳୁଛି କି ନାହିଁ ।