Hot Posts

6/recent/ticker-posts

ପାଣି ପାଇପ୍ ଫାଟି, ଜଳ ଯୋଗାଣ ଠପ୍, ତେରେସିଂହା ରେ ପାନୀୟ ଜଳ ସମସ୍ୟା

କର୍ଲାମୁଣ୍ଡା, ୨୩/୧୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ କିଛି ଦିନ ହେଲା ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ଏହି ଗ୍ରାମକୁ ତେଲ ନଦୀ ଠାରୁ ଦୀର୍ଘ ବର୍ଷ ହେଲା ପାନୀୟ ଜଳ ଯୋଗାଣ ହୋଇ ଆସୁଥିବା ବେଳେ ବର୍ତ୍ତମାନ ଅଚଳ ହୋଇ ପଡ଼ିଛି। ଫଳରେ ଗ୍ରାମର ମହିଳା ମାନେ ପାନୀୟ ଜଳ ପାଇଁ ନିକଟସ୍ଥ ନଳକୂପ ରେ ଲମ୍ବା ଧାଡ଼ିରେ ରହି ଜଳ ଆଣୁଥିବା ବେଳେ ଆଉକେତେ ମହିଳା ନଦୀ ପାଣି ପାଇଁ ଛୋଟ ପୋଖରୀ ନିକଟ ଦେଇ ଅନ୍ୟ ଗ୍ରାମକୁ ଯାଇଥିବା ପାଣି ପାଇପ୍ ର ଏୟାର୍ ଭାଲ୍ (ଲିକେଜ୍ ଖୁଣ୍ଟ) ରୁ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ, ଗତ ଚାରି ଦିନ ତଳେ ଡ଼ାଳୁଅ ଧାନ ଚାଷ ପାଇଁ ପାଇପ୍ ପୋତା କାମ ଚାଲିଥିବା ବେଳେ ତେରେସିଂହା ଗ୍ରାମକୁ ମାଟି ତଳେ ଆସିଥିବା ପାଣି ପାଇପ୍ ଫାଟି ନଷ୍ଟ ହୋଇ ଯାଇଛି। ଫଳରେ ତେରେସିଂହା ଗ୍ରାମବାସୀ ମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହାର ଶୀଘ୍ର ମରାମତି କରି ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହେଉଛି।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ