ଧୋଡ୍ରା ଠାରେ ଧାନମଣ୍ଡି ଶୁଭ ଉଦ୍ଘାଟନ |
ଝରିଗାଁ, ୨୧/୧୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ପଂଚାୟତ ସଦର ମହକୁମା Rmc ଗୂଦାମ ଠାରେ ଧାନମଣ୍ଡି ର ଶୁଭ ଉଦ୍ଘାଟନ ହୋଇଛି |ମାନ୍ୟବର ଝରିଗାଁ ବିଧାୟକ ନରସିଂହ ଭତରା ନିଜେ ଉପସ୍ଥିତ ରହି ଏହି ଧାନମଣ୍ଡିର ଶୁଭ ଉଦ୍ଘାଟନ କରିଥିବା ସୂଚନା ମିଳିଛି |ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଆରଏମସି ପ୍ରଶାନ୍ତ ରାୟ, ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼, ସୁବାସ ପନକା, ଚନ୍ଦାହାଣ୍ଡି ବ୍ଲକର ବରିଷ୍ଠ ବିଜେପି କର୍ମୀ ପ୍ରତାପ ବାଘ, ରାଜେଶ ଗୁପ୍ତା, ସୁଜନ ଭକ୍ତ ଓ ଚାଷୀ,ଲ୍ୟାମ୍ପ କର୍ମଚାରୀ ଇ ଶ୍ରମିକ ମାନଙ୍କ ଉପସ୍ଥିତିରେ ଧାନ ମଣ୍ଡିଟି ଶୁଭ ଉଦ୍ଘାଟନ ହୋଇଥିବା ସୂଚନା ମିଳିଛି |ଆସନ୍ତା ସୋମବାର ଦିନ ଝରିଗାଁ, ମଙ୍ଗଳବାର ଦିନ ଏକମ୍ବା, ବୁଧବାର ଦିନ ଚଚା, ଶୁକ୍ରବାର ଦିନ ଚାଟିଗୁଡା, ଶନିବାର ଦିନ ବେଳଗାଁ ମଣ୍ଡି ର ଶୁଭ ଉଦ୍ଘାଟନ ହେବାକୁ ଥିବା ନେଇ ସୂଚନା ମିଳିଛି |ଏଯାଏ ଟାର୍ଗେଟ ଆସିନଥିବା ବେଳେ ଚଚା ମା ଲକ୍ଷ୍ମୀ ଗ୍ରୁପ ଓ ଧୋଦ୍ରା ମୀରାବାଈ ଗ୍ରୁପ ଧାନ କିଣିବା ନେଇ ସୂଚନା ମିଳିଛି |ସର୍ବମୋଟ 3000ଚାଷୀ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି |