Hot Posts

6/recent/ticker-posts

ବାଙ୍କ ସାହି ବିଦ୍ୟାଳୟ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ

ବରୀ, ୨୧/୧୨ ( ରଂଜିତ ମହାନ୍ତି ) : ବରୀ ଶିକ୍ଷାମଣ୍ଡଳୀ ଅଧିନ ବାଙ୍କସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡାପ୍ରତି ଯୋଗିତା ଅନୁଷ୍ଠିତ ହେlଇଯାଇଛି l ପୂର୍ବତନ ସିଆରସିସି ମନୋଜ କୁମାର ସାହୁ ଙ୍କ ସଭାପତି ତ୍ୱ ରେ ମୁଖ୍ୟଅତିଥି ବିଆରସିସି ଜଳଧର ଖଟୁଆ, ମୁଖ୍ୟଵକ୍ତା ଏବିଓ ସଂଯୁକ୍ତା ମିଶ୍ର, ସମ୍ମlନିତ ଅତିଥିଭାବେ ବିଦ୍ୟାଳୟ ର ପ୍ରଧାଶିକ୍ଷକ ସୁବୋଧ କୁମାର ଦାସ, ସିଆର ସିସି ସୁଦର୍ଶନ ପାଢ଼ୀ, ଚକ୍ରଧର ମୁଦୁଲି, ସରପଞ୍ଚ ପ୍ରତିନିଧି ଅଭିମନ୍ୟୁ ସାହୁ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଦାମ ଚରଣ ଜେନା,ସମାଜସେବୀ ଶରତ ଚନ୍ଦ୍ର ସ୍ୱାଇଁ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସୁରେନ୍ଦ୍ର ସ୍ୱାଇଁ, ପ୍ରଭାତ ସ୍ୱାଇଁ, ସମାଜସେବୀ ଟୁକୁନା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ସ୍ୱାଇଁ ପ୍ରମୁଖ ଯୋଗ କ୍ରୀଡା ଦ୍ୱରା କିପରି ସର୍ବାଙ୍ଗୀନ ବିକାଶ ହେଇଥାଏ ସୁସ୍ଥତା ରଖିଥାଏ  ଓ କିପରି ମଣିଷ କୁ  ଶୃଙ୍ଖଲିତ କରିଥାଏ ବୋଲି ମତପ୍ରକାଶ କରିଥିଲେ l ପୂର୍ବତନ ସିଆରସିସି ପ୍ରଶ୍ନନ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଅବସର ରେ ପିଲାମାନଙ୍କର ବିଭିନ୍ନ ସାଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ବେଳେ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ସେହ୍ନ ରଞ୍ଜନ ସାହୁ, ପ୍ରଦୀପ ମଲ୍ଲିକ ସହଯୋଗ କରିଥିଲେ l