ମହାମୋହିମ ରାଷ୍ଟ୍ରପତି ଙ୍କୁ ପେନସନ ଧାରୀ ଙ୍କର ଦାବି ପତ୍ର ପ୍ରଦାନ
ନବରଙ୍ଗପୁର, ୩୦/୧୨ ( ଶେଖର ଖୁରା ) : ଗତକାଲି ସମବାର ଦିନ ଦିନ ୧୧ ଘଣ୍ଟା ସମୟରୁ ଓଡ଼ିଶା ସାମାଜିକ ନିରାପତ୍ତା ପେନସନଧାରୀ ମହାସଙ୍ଘ ଚନ୍ଦାହାଣ୍ଡି ବ୍ଲକ କମିଟି ପକ୍ଷରୁ ବ୍ଲକ ସଂପାଦିକା ସୁଶ୍ରୀ ପାର୍ବତୀ ଧୁରୁଆ ଙ୍କ ନେତୃତ୍ବ ରେ ଚନ୍ଦାହାଣ୍ଡି ହାଟପଦା ଠାରୁ ପ୍ରାୟ ୫୦୦୦ ହଜାର ସାମାଜିକ ନିରାପତ୍ତା ପେନସନଧାରୀ ନିଜ ବିଭିନ୍ନ ସମସ୍ୟାକୁ ନେଇ ସଭାଜାତ୍ରା ଦ୍ଵାରା ଚନ୍ଦାହାଣ୍ଡି ବିଡ଼ିଓ ଙ୍କୁ ଓ ବିଡ଼ିଓ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଓଡ଼ିଶା, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ଜିଲ୍ଲାପାଳ ନବରଙ୍ଗପୁର ଙ୍କ ନିକଟକୁ ଏକ ୬ ଦଫା ଦାବୀପତ୍ର ପ୍ରଦାନ କରାଗଲା , ଏହି ଦାବୀପତ୍ର ପ୍ରଦାନ ସମୟରେ ଚନ୍ଦାହାଣ୍ଡି ବ୍ଲକ ମଧ୍ୟର ୧୪ ଗୋଟି ପଞ୍ଚାୟତର ପେନସନଧାରୀ ମାନଙ୍କ ସହ ମହାସଂଘର ବ୍ଲକ ସଭାପତି ସବିତା ନାଗ , ରାଜ୍ୟ ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଜେଶ ଜାନି, ଘମେ ଗୌଡ , ଲଚେନି ଭୋଇ , ଝନକଦେଇ ମାଝୀ, ମହନ ମାଝୀ , ଗସ୍ତମ୍ ପୁଜାରୀ, ପିଲାବାଇ ମାଝୀ , ଦେବକୀ ନାଗ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ, ସେଶମଲ୍ ହରପାଲ, ଭାନୁମତୀ ମାଝୀ , , କମଳା ମାଝୀ , ନୂଆଖାଉ ଭତରା , ଅଲେଖ କୁଲଦୀପ, ସମିତି ସଭ୍ୟ ସନ୍ତଶ ପଟ୍ଟନାୟକ, ଦାସ ସାଣ୍ଟା , ଧନମତି ଗୌଡ , ରମବତି ଘଇତା , ମଞ୍ଜୁଳା ମାଝୀ , ଜିଲ୍ଲା ସଙ୍ଗଠକ ଦେବରାଜ ନାଗ , ଦୟାନିଧି ସୁନା , ଜେମାଦେଇ ସୁନାନି , ଉର୍ମିଳା ସାହୁ,ସୂର୍ଯ୍ୟ ସନ୍ତା , ମୁକ୍ତା ଦଳାଇ ଓ ଅନ୍ୟାନ୍ୟ ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ପେନସେନଧାରୀ ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ , ଓଡ଼ିଶା ସାମାଜିକ ନିରାପତ୍ତା ପେନସନଧାରି ମହାସଙ୍ଘର ମୁଖ୍ୟଦାବୀ - ୧- ସମସ୍ତ ପେନସନ ଧାରୀ ମାନଙ୍କୁ ୩୦୦୦ ଟଙ୍କା ପେନସନ ଦିଆଯାଉ , ୨- ପୂର୍ବଭଳି ସମସ୍ତଙ୍କୁ ହାତକୁ ହାତ ପେନସନ ଟଙ୍କା ଦିଆଯାଉ , ୩ - ପେନସେନାଧାରି ମାନଙ୍କୁ ମାସିକ ୨୦ କେଜି ଚାଉଳ ମାଗଣା ଦିଆଯାଉ , ୪ - ସମସ୍ତ ପେନସନଧାରୀ ମାନଙ୍କୁ ମାଗଣା ବିଦୁତ୍ ଯୋଗାଇ ଦିଆଯାଉ , ୫ - ସମସ୍ତ ପେନସନଧାରୀ ମାନଙ୍କୁ ଅନ୍ତର୍ଦ୍ଦୟ ଯୋଜନା ରେ ଯଥାଶୀଘ୍ର ବାସଗୃହ ଦିଆଯାଉ ଓ ୬- ସମସ୍ତ ପେନସନଧାରୀ ମାନଙ୍କୁ ସ୍ଵତ୍ତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯାଉ ଏହି ସମସ୍ତ ଦାବୀ ଯଦି ରାଜ୍ୟ ସରକାର୍ ପୂରଣ ନ କରନ୍ତି ତାହେଲେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓ ରାଜ୍ୟ ସ୍ତରରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ସାମାଜିକ ନିରାପତ୍ତା ପେନସେନାଧାରୀ ମହାସଂଘର ରାଜ୍ୟ ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଜେଶ ଜାନି ଚେତାବନୀ ଦେଇ କହିଛନ୍ତି.