Hot Posts

6/recent/ticker-posts

ମାଁ ସୁରେଶ୍ଵରୀ ଙ୍କ ଘାଟ ଯାତ୍ରା ଅନୁଷ୍ଠିତ

କର୍ଲାମୁଣ୍ଡା, ୩୦/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅନ୍ତର୍ଗତ ସାନଡୁଙ୍ଗୁରିଗୁଡା ଆଞ୍ଚଳିକ କେଉଁଟ ସମାଜ ପକ୍ଷରୁ ସ୍ଥାନୀୟ ନଦୀ ଘାଟ ଠାରେ ମାଁ ସୁରେଶ୍ଵରୀ ଙ୍କ ଘାଟ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଥିଲା। କୁଳଦେବୀ ମାଁ ସୁରେଶ୍ଵରୀ ଙ୍କ ପୂଜାର୍ଚ୍ଚନା ସହ ଏଠାରେ ଭକ୍ତଙ୍କର କୁକୁଡ଼ା ବଳି ପଡିଥିଲା। ଏଥିରେ ପୂଜକ ଗୁର ନାଏକ, ଆଞ୍ଚଳିକ ସଭାପତି ଅର୍ଜୁନ ନାଏକ, ଯୁଗଳ କିଶୋର ନାଏକ, ଅନିରୁଦ୍ଧ ନାଏକ, ଛବିଳ ନାଏକ, ସରୋଜ କୁମାର ବୁଡ଼େକ, ଗୌର ନାଏକଙ୍କ ସମେତ ସାନ ଡୁଙ୍ଗୁରୀଗୁଡା ଓ ତେରେସିଂହା ଗ୍ରାମର ଜାତି ଭାଇମାନେ ଯୋଗଦେଇ ସହଯୋଗ କରିଥିଲେ।