Hot Posts

6/recent/ticker-posts

ଅଧ୍ୟାପକ ଡ ସୁଧାଂଶୁ ଶେଖର ସମ୍ମାନିତ।

ଜୟପୁର, ୩୦।୧୨ ( ଏ. ଭେଙ୍କଟ ରାଓ ) : ବିକ୍ରମଦେବ ବିଶ୍ୱ ବିଦ୍ୟାଳୟର ଜୟପୁରର ଅଧିନରେ ଥିବା ବୋରିଗୁମ୍ମା ଭୌରବ ଉଛ ବିଦ୍ୟାଳୟର ଡ.ସୁଧାଂଶୁ ଶେଖର ପଟ୍ଟନାୟକଙ୍କୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଜି ଆର ପେଲେସ ଠାରେ ୧୪ ତମ ଜାତୀୟ ଶିଶୁ ଓ କିଶୋର ଜାତୀୟ ସାହିତ୍ୟ ସମ୍ମୀଳିନିରେ ସମ୍ମାନିତ କରାଯାଇଛି। ସମ୍ମୀଳିନୀକୁ ବଙ୍ଗୋମୁଣ୍ଡା ସ୍ଥିତ ଅଲେଖ ମହିମା ଆଶ୍ରମର ମଠାଧୀଶ ଅବଧୂତ କପିଳେଶ୍ୱର ଦାସ ଉଦ୍ଘାଟନ କରିଥିଲେ। ନିର୍ଝରଣୀ ସାହିତ୍ୟ ଅନୁଷ୍ଠାନ ଓ ଓଡ଼ିଶା ଶିଶୁ ଓ କିଶୋର ସାହିତ୍ୟ ଏକାଡେମୀ, ଓଡ଼ିଶା ମିଳିତ ସହଯୋଗରେ ଅନୁଷ୍ଟିତ ଆଲୋଚନା ଚକ୍ରରେ ଓଡ଼ିଶା ର ବହୁ ବିଶିଷ୍ଟ ଶିଶୁ ସାହିତ୍ୟିକ ଯୋଗଦାନ କରିଥିଲେ ୧୪ ତମ ବାର୍ଷିକ ଜାତୀୟ ସ୍ତରୀୟ ସାରସ୍ଵତ ସମାବେଶରେ ଶିଶୁ କିଶୋର ସାହିତ୍ୟ ଏକାଡେମୀ ଓଡ଼ିଶା ସଭାରେ ମୁଖ୍ୟ ଅତିଥି ଦାଶ ବେନହୁର, ଧନଞ୍ଜୟ ସ୍ବାଇଁ, ବୀରେନ୍ଦ୍ର ମହାନ୍ତି, ରମେଶ ପତ୍ରୀ, ବନ୍ଦନା ହରିଚନ୍ଦନ, କୁମାର ବାବୁଲି, ଯୁଗଳ କିଶୋର ଷଡ଼ଙ୍ଗୀ ଉଦୟ କିରୋଲା ଉତ୍ତରାଖଣ୍ଡ ରାଜ୍ୟରୁ ମଞ୍ଚରେ ଉପସ୍ଥିତ ଥିଲେ। ସଂସଦର ବାର୍ଷିକ ଉତ୍ସବରେ ସ୍ଥାନୀୟ ବୋରିଗୁମ୍ମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ତଥା ସାହିତ୍ୟକ ଡ ସୁଧାଂଶୁ ଶେଖର ପଟ୍ଟନାୟକ ଙ୍କୁ ସାରସ୍ଵତ ସମ୍ମାନ ରେ ସମ୍ମାନିତ କରିଥିଲେ। ସାହିତ୍ୟ ସାଧନା ତଥା ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମୁଖ୍ୟ ଅତିଥି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନିର୍ଝରଣୀର ବାର୍ଷିକ ଉତ୍ସବରେ ଯୋଗ ଦେଇ ସମ୍ମାନ ପ୍ରଦାନ କରି ଥିଲେ। ସଭାପତି ରାମଚନ୍ଦ୍ର ସାହୁ ଓ ସମ୍ପାଦକ ବିରଞ୍ଚି ନାରାୟଣ ଦାସ ଙ୍କ ସହଯୋଗ ରେ ଅନୁଷ୍ଠିତ ସମ୍ମୀଳିନିରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାହିତ୍ୟକ ଯୋଗ ଦେଇଥିଲେ ଡ ସୁଧାଂଶୁ ଶେଖର ପଟ୍ଟନାୟକଙ୍କୁ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ କରିଥିବାରୁ ଏହା ଜିଲ୍ଲା ପାଇଁ ଗୌରବ ବୋଲି ସାହିତ୍ୟିକ ମାନେ ମତ୍ତୋ ବ୍ୟକ୍ତ କରିଛନ୍ତି।