ଅଖିଳ ଭାରତୀୟ ଆଦିବାସୀ ଭତରା ବିକାଶ ର ନୂତନ କମିଟି ଚୟନ ଏବଂ ଶପଥ ପାଠ ଉତ୍ସବ
ଝରୀଗାଁ, ୦୨/୧୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡ଼ା ମାଁ ଦନ୍ତେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ନୂତନ କମିଟି ଏବଂ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପୂର୍ବତନ ନବରଙ୍ଗପୁର ସାଂସଦ ପର୍ଶୁରାମ ମାଝୀ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ, ସମ୍ମାନନୀୟ ଅତିଥିଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଭତରା ସମାଜ କେନ୍ଦ୍ରୀୟ କମିଟି ସଭାପତି ଜଗଦିଶ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଅର୍ଜୁନ ଭତରା, ଭତରା ସମାଜ ର ମୁଖ୍ୟ ନିର୍ବାଚନ ଅଧିକାରୀ ଦାମୁଧର ପୂଜାରୀ, କେନ୍ଦ୍ରୀୟ କମିଟି ସମ୍ପାଦକ ଗୋପୀ ମାଝୀ, ଛତିଶଗଡ଼ ରାଜ୍ୟ ଭତରା ସମାଜ ସଭାପତି ଲଳିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକ ର ସମାଜ ର ପ୍ରତିନିଧି ମାନେ ବହୁଳ ସଂଖ୍ୟା ରେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ପ୍ରଥମେ ପୂର୍ବାହ୍ନ ୧୧ଟା ସମୟରେ ଦନ୍ତେୱାଡା ଠାରୁ ଆସିଥିବା ଦନ୍ତେଶ୍ୱରୀ ପୂଜାରୀ ହରେନ୍ଦ୍ର ନାଥ ଜିହ୍ୱା ଙ୍କୁ ବହୁ ଆଡମ୍ବର ରେ ୩୯ ନମ୍ବର ରାଜ୍ୟ ରାଜ ପଥ ଠାରୁ ମନ୍ଦିର ଯାଏଁ ପାଛୋଟି ନେଇ ମନ୍ଦିର ରେ ଦନ୍ତେଶ୍ୱରୀ ମାତାଙ୍କ ସମେତ ପାର୍ଶ୍ୱ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା | ମଧ୍ୟାହ୍ନ ରେ ନୂତନ କମିଟି ଚୟନ କରଯାଇଥିଲା ଏବଂ ଅପରାହ୍ନ ଦୁଇ ଟା ରେ ନୂତନ କମିଟି କୁ ସମାଜ ର ସଚେତନ ଓ ଦାୟିତ୍ୱ ବାନ ସଦସ୍ୟ ଭାବେ ଦନ୍ତେଶ୍ୱରୀ ଙ୍କ ନାମ ଧରି ଶପଥ ଗ୍ରହଣ କରିଥିଲେ | ସମାଜ ର ଦାୟିତ୍ୱ ରେ ଥିବା ସଦସ୍ୟ ଜାତିର ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି ତଥା ଜାତିର ରୀତିନୀତି କଳା ସଂସ୍କୃତି ଓ ପରମ୍ପରା କୁ ସୁରକ୍ଷା ଦେବା ସହ କୌଣସି ଦଳୀୟ, ଧାର୍ମିକ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସଂଘଟନ ର ନାମ ବ୍ୟବହାର ନ କରି ଏକ ନିଷ୍ପକ୍ଷ, ଭାତୃଭାବ ଏକତା ସ୍ଥାପନା କରି ଜିଲ୍ଲା ଭତରା ସମାଜ କୁ ଜନ|ଭିମୁଖୀ କରିବା ପାଇଁ ସମସ୍ତେ ଶପଥ କରିଥିଲେ | ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ମାଝୀ ଙ୍କୁ ଚୟନ ହୋଇ ଥିବା ବେଳେ ରାମଧର ମାଝୀ ଙ୍କୁ ଉପସଭାପତି , ପ୍ରତାପ ଚନ୍ଦ୍ର ନାୟକ ସାଧାରଣ ସମ୍ପାଦକ, ଜୟରାମ ଭତରା ସଂଯୋଜକ, ଚନ୍ଦ୍ରୁ ପୂଜାରୀ କୋଷାଧକ୍ଷ, ହରିହର ବେହେରା ଆର୍ଥିକ ସମୀକ୍ଷକ ଭାବେ ଚୟନ କରାଯାଇଛି | ସେହିପରି ଦଶ ଟି ବ୍ଲକ ନୂତନ ସଭାପତି ହେଲେ ସଦାନନ୍ଦ ଭତରା ଝରୀଗାଁ ବ୍ଲକ, ଡମ୍ବରୁ ଧର ପୂଜାରୀ ଉମରକୋଟ ବ୍ଲକ, ମୋହନ ନାୟକ ଡାବୁଗାଁ, ସଦାଶିବ ନାୟକ ପାପଡାହାଣ୍ଡି, ଅନ୍ତରାମ ନାୟକ କୋଷାଗୁମୁଡା, ଅଭିମନ୍ୟୁ ମାଝୀ ନବରଙ୍ଗପୁର, ସୂର୍ଯ୍ୟ ନାରାୟଣ ରନ୍ଧାରୀ ତେନ୍ତୁଳୀଖୁଣ୍ଟି, ସେନୀନ୍ଦ୍ର ସୋରି ଚନ୍ଦାହାଣ୍ଡି, ହେମନ୍ତ ଭତରା ରାଇଘର ଙ୍କୁ ସର୍ବସମିତି କ୍ରମେ ଚୟନ କରାଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ଝରୀଗାଁ ବ୍ଲକ ଉପାଧକ୍ଷଦୁର୍ଗା ମାଝୀ, ଉମରକୋଟ ମ୍ୟୁନିସିପାଲିଟି ଅଧ୍ୟାକ୍ଷା ରାଧା ଭତରା,ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ପାପଡାହାଣ୍ଡି ଜିଲ୍ଲା ପରିଷଦ ଲିପିକା ମାଝୀ ସମେତ ବହୁଳ ସଂଖ୍ୟା ରେ ପ୍ରତିନିଧି ଯୋଗ ଦେଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ଘନ ଭତରା ପରିଚାଳନା କରି ଥିଲେ |