ଭୟଙ୍କର ଦୁର୍ଘଟଣା: ଚାରି ଜଣଙ୍କ ଉପରେ ମାଡିଗଲା ବସ୍
ଯାଜପୁର, ୨୩।୧୧ ( ରଂଜିତ ମହାନ୍ତି ) : ଭୟଙ୍କର ଦୁର୍ଘଟଣା। ଜଣଙ୍କୁ ନୁହେଁ ଏକାବେଳକେ ଚାରି ଚାରି ଜତଣଙ୍କୁ ଧକ୍କା ଦେଲା ହରଗୋୖରୀ ନାମକ ଘରୋଇ ବସ୍। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ସଦର ଥାନା ବରୀ-ବରୁଆଁ ରାସ୍ତା କୁଜାଲା ନିକଟରେ। ରାସ୍ତା କଡ଼ରେ ମର୍ଣ୍ଣିଂୱାକ କରିବା ବେଳେ ବସ୍ ମାଡି ଯାଇଛି। ବସ୍ ଜବତ ହୋଇଛି ଏବଂ ଡ୍ରାଇଭର୍ଙ୍କୁ ଅଟକ ରଖିଛି ସଦର ଥାନା ପୋଲିସ ପଚରାଉଚରା କରୁଛି । ଘଟଣା କୁ ନେଇ ସ୍ଥାନିଅ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।