Hot Posts

6/recent/ticker-posts

J E L C HIGH SCHOOL ର ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଖୋସଲା ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ।

କୋରାପୁଟ, ୦୧/୧୦ ( ସୁରେନ୍ଦ୍ର ଖୋସ୍ଲା ) :  ଗତକାଲି ତା ୩୦/୯/୨୫ ରିଖ ରେ କୋରାପୁଟ ଜ ଇ ଲୁ ମ ହାଇ ସ୍କୁଲ୍ ର ଶ୍ରୀଯୁକ୍ତ ପ୍ରଦୀପ କୁମାର ଖୋସ୍ଲା ତାଙ୍କର ହିନ୍ଦୀ ଶିକ୍ଷକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କୁ ଅବସର କାଳୀନ ବିଦାୟ ଦେବା ନିମନ୍ତେ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ବିଦାୟ କାଳୀନ ସଭାର ଆୟୋଜନ କରାଯାଇଥିଲା , ଏହି ସଭାକୁ ଜ ଇ ଲୁ ମ ର ପାଳକ ବିରଞ୍ଚି ଖୋସଲା ଓ ତାଙ୍କ ଟିମ୍ ପରିଚାଳନା କରିଥିଲେ ଏବଂ ପୂର୍ବତନ ଛାତ୍ର ଅମିତ୍ ଖୋସଲା ଓ ତାଙ୍କ ଟିମ୍ ଶ୍ରୀଯୁକ୍ତ ପ୍ରଦୀପ କୁମାର ଖୋସଲାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ମଞ୍ଚ ଉପରକୁ ସ୍ୱାଗତ କରିଥିଲେ , ଏହି ସଭାରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଖୋସଲା, କାର୍ଯ୍ୟରତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ବାଘ ଓ ବିଦ୍ୟାଳୟର ପୂର୍ବତନ ଛାତ୍ର ସୁରେନ୍ଦ୍ର ଖୋସଲା ( ସାମ୍ବାଦିକ ), କମଳ ଖୂରା ( ଆଇନ ଜିବୀ), ଙ୍କ ସହ ବିଜୟ ମହାନନ୍ଦିଆ,ଗୌରୀଶଙ୍କର,ଜୟ ଦାସ ଖରା,ବିନ୍ଦୁ ମହାନନ୍ଦିଆ ପ୍ରମୁଖ ଯୋଗ ଦେଇଥିବା ବେଳେ , ମସ୍ତିପୁଟ ଗ୍ରାମରୁ ଆସିଥିବା ଶ୍ରୀଯୁକ୍ତ ପ୍ରଦୀପ ଖୋସଲା ଙ୍କ ବନ୍ଧୁ ,ବାନ୍ଧବ ମାନେ ମଧ୍ୟ ସଭାରେ ଉପସ୍ଥିତ ରହିଥିଲେ ।ଶ୍ରୀଯୁକ୍ତ ପ୍ରଦୀପ ଖୋସଲା ତାଙ୍କର ଶିକ୍ଷକ ଚାକିରି କାଳ ମଧ୍ୟରେ ଛାତ୍ର ଛାତ୍ରୀମାନଙ୍କୁ କିପରି ସୁନ୍ଦର ଭାବରେ ଶିକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ର ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ସମୟ ଦେଉଥିଲେ ,ତାହା ଅତି ପ୍ରସଂଶନି ୟ ଅଟେ ବୋଲି ଉପସ୍ଥିତ ଅତିଥି ଓ ଛାତ୍ର ଛାତ୍ରୀ ମାନେ ପ୍ରଶଂସା କରିଥିଲେ , ସଭା ଶେଷରେ ଉପସ୍ଥିତ ରହିଥିବା କାର୍ଯ୍ୟରତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ବାଘ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।


କୋରାପୁଟ ରୁ ସୁରେନ୍ଦ୍ର ଖୋସ୍ଲାଙ୍କ ରିପୋର୍ଟ ,NABADUTA NEWS,ODISHA,