Hot Posts

6/recent/ticker-posts

ମାଁ ସର୍ବମଙ୍ଗଳା ଙ୍କ ଛତର ଯାତ୍ରା ,ଶୁକ୍ଳ ଭୋଗରେ ପୁଜା ପାଆନ୍ତି ମାଁ।

କଳାହାଣ୍ଡି, ୦୧ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଧରାପୃଷ୍ଠକୁ ବିରାଜିଛନ୍ତି ମା ଜଗତ ଜନନୀ, ବିଭିନ୍ନ ବେଶରେ ମା ପୂଜା ପାଉଥିବା ବେଳେ ଚିଲିଗୁଡା ଠାରେ ମା ସର୍ବ ମଙ୍ଗଳା ଛତର ରୂପରେ ଦର୍ଶନ ଦିଅନ୍ତି। ଆଜି ମା ସର୍ବମଙ୍ଗଳା ଛତର ଯାତ୍ରା, ବିଭିନ୍ନ ଦେବାଦେବୀ ପୀଠରେ ବଳି ପଡୁଥିବା ବେଳେ ମା ଙ୍କୁ କେବଳ ଧୂପ ଦୀପ ନଡିଆ ମୂଆ ଦେଇ ଶୁକ୍ଳ ଭୋଗ ଦେଇ ଆଶୀର୍ବାଦ ଭିକ୍ଷା କରନ୍ତି ଶ୍ରଦ୍ଧାଳୁ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡାଗାଁର ଅଧିଷ୍ଠାତ୍ରୀ ଦେବୀ ସର୍ବମଙ୍ଗଳା ଙ୍କ ଛତର ଯାତ୍ର। ପ୍ରତି ବର୍ଷ ଦଶହରା ମାସ ର ମଙ୍ଗଳ ବାର ଦିନ ପାଳିତ ହୋଇଥାଏ ।ମାଁ ଙ୍କ ଛତର ଗାଁରେ ବୁଲିବା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଦାଣ୍ଡରେ ଦେଖିବାକୁ ମିଳିଥିଲା ପୂଜାର୍ଚ୍ଚନା ଓ ବିଭିନ୍ନ ଦଳର ନୃତ୍ୟ ପରିବେଷଣ ଘୁମୁରା ଓ ଅଞ୍ଚଳି ଦଳ ଓ ସ୍ଥାନୀୟ କଳାକାର ଙ୍କୁ ନୃତ୍ୟ ରେ ମତୁଆଲ ହୋଇଥିଲେ ଦର୍ଶକ। ମାନସିକଧାରୀ ବଳି ବଦଳରେ ଶୁକ୍ଳ ଭୋଗ ମା ଙ୍କ ନିକଟରେ ଲାଗିହୁଏ।
ଭିନ୍ନ ଏକ ପରମ୍ପରାରେ ପୁଜା ପାଇଥାନ୍ତି।ସୋମବାର ମଧ୍ୟରାତ୍ରିରୁ ଦେବୀଙ୍କ ଛତର ମନ୍ଦୀର ରୁ ବାହାରି ଗାଁ ଗୌନ୍ତିଆ ଘରକୁ ଆସିଥିଲେ ମଙ୍ଗଳବାର ଦିନ ଦେବୀ ଙ୍କ ପ୍ରତିମା ଛତର ରୂପରେ ଗୌନ୍ତିଆ ଘରରେ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୁଖେ ବାହରିଥିଲା । ଦେବୀ ଙ୍କ ଛତର ବାହାରିବା ପରେ ହଜାର ହଜାର ଲୋକ ଗାଁ ଦାଣ୍ଡରେ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। ପରମ୍ପରା ଅନୁସାରେ ଗାଁ ଗୌନ୍ତିଆ ଘରୁ ଦେବୀ ଙ୍କ ଛତର ବାହାରି ବିରାଟ ପଟୁଆରରେ ଗାଁ ପରିକ୍ରମା ପରେ ମନ୍ଦୀରରେ ପହଞ୍ଚିଥାଏ । ମାଁ ଙ୍କୁ ଯାହା ମନସିଲେ ପୁରଣ ହୋଇଥାଏ ଅପୁତ୍ରିକ ମାନେ ସନ୍ତାନ ପ୍ରାପ୍ତି ହୁଏ ବୋଲି ଭକ୍ତ ଙ୍କ ବିଶ୍ୱାସ ରହିଛି। ଅନେକ ବଡ଼ ବଡ଼ ବିପଦ ରୁ ମାଁ ଉଦ୍ଧାର କରିଛନ୍ତି। ଅଗାଢ ବିଶ୍ବାସ ର ପ୍ରତିକ ମାଁ ଙ୍କ ଛତର ଯାତ୍ରା ଶୁକ୍ଳ ଭୋଗରେ ସମାପନ ହୋଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ