Hot Posts

6/recent/ticker-posts

ତେରେସିଂହା ଠାରେ ମାଁ ଡୋକରୀ ଯାତ୍ରା

କର୍ଲାମୁଣ୍ଡା, ୦୧/୧୦ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ତେଲନଦୀ କୂଳସ୍ଥିତ ଦେବୀ ପୀଠ ଠାରେ ମାଁ ଡୋକରୀ ଯାତ୍ରା ବୁଧବାର ହୋଇଯାଇଛି l ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା l ଭକ୍ତ ମାନଙ୍କର ମାନସିକ ପୂରଣ ହୋଇ ଥିବାରୁ ଏଠାରେ ବୋଦା, କୁକୁଡ଼ା ବଳି ପଡ଼ିଥିଲା l ଏଥିରେ ଯାତ୍ରାର ମୁଖ୍ୟ ପୂଜକ ମଙ୍ଗଳ ମାଝୀ, ଦାମା ଭୋଇ, ହରି ଭୋଇ, ଟଙ୍କଧର ରଣା, ସତ୍ୟ ଭୋଇ, ରୁଦ୍ର ଭୋଇ, ଝରନୁ ଗହୀର ପ୍ରମୁଖ ବିଭିନ୍ନ ଦାୟିତ୍ୱରେ ରହିଥିବା ବେଳେ ଅଞ୍ଚଳ ଶତାଧିକ ଶ୍ରଦ୍ଧାଳୁ ଭିଡ଼ ଦେଖିବାକୁ ମିଳିଥିଲା l