Hot Posts

6/recent/ticker-posts

ତୃତୀୟ ବରୀ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବରୀ, ୧୩ / ୧୦ ( ରଂଜିତ ମହାନ୍ତି ) : ବରୀ କଳା ସାହିତ୍ୟ ସଂସ୍କୃତି ପରିଷଦ, ବରୀ ଆନୁକୂଲ୍ୟରେ ତୃତୀୟ ବରୀ ଲୋକ ମହୋତ୍ସବ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ସନ୍ଥନ ମହାବିଦ୍ୟାଳୟ, ସଭାଗୃହରେ ଅନୁଷ୍ଠାନର ସଭାପତି ଡାକ୍ତର ରାଜ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠlତ ହୋଇଯାଇଛି l ଉକ୍ତ ପ୍ରସ୍ତୁତି ବୈଠକରେ ବହୁ କବି, ଲେଖକ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ଲୋକ ମହୋତ୍ସବର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ବରୀ ଅଞ୍ଚଳର ସମସ୍ତ କଳାକାର, ସମାଜସେବୀ, ସ୍ୱେଚ୍ଛାସେବୀ, ସାହିତ୍ୟିକ, ବୁଦ୍ଧିଜୀବୀଙ୍କ ସହ ଓ ସ୍କୁଲ କଲେଜର ଛାତ୍ର ଛାତ୍ରୀ, ସାଂସ୍କୃତିକ, ସାମାଜିକ ଓ ସାହିତ୍ୟ ଅନୁଷ୍ଠାନମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ଅନୁଷ୍ଠାନ ସମ୍ପାଦକ ସମାଜସେବୀ ସତ୍ୟରଞ୍ଜନ କର ଅନୁରୋଧ କରିଛନ୍ତି l ଉକ୍ତ ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୧୦ତାରିଖ ରୁ ଆରମ୍ଭ ହୋଇ ୧୫ତାରିଖ ପର୍ଯ୍ୟନ୍ତ ବରୀ ବ୍ଲକ ଅନ୍ତର୍ଗତ ବିଧାନଚନ୍ଦ୍ର ଏକାଡେମି ବାଲିଆପାଳ ସ୍କୁଲ ଖେଳ ପଡିଆରେ ଛଅ ଦିନ ବ୍ୟାପି ଲୋକ ମହୋତ୍ସବ ପାଇଁ ସ୍ଥିର କରାଗଲା l ଉକ୍ତ ଲୋକ ମହୋତ୍ସବରେ ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା ଓ ମିନାବଜାର ସହିତ ପ୍ରତ୍ୟେକ ଦିନ ବିଭିନ୍ନ ସମାବେଶ ସହ ସାହିତ୍ୟ ସଭା, ସଂସ୍କୃତିକ କାର୍ଯ୍ୟକ୍ରମ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ବରୀ ବ୍ଲକର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୦ଜଣ ବରିଷ୍ଠ ବ୍ୟକ୍ତିବିଶେଷ ଓ ଦୁଇଟି ଅନୁଷ୍ଠାନକୁ ସମ୍ବର୍ଦ୍ଧନା ଦେବାକୁ ସ୍ଥିର ହୋଇଛି l ପ୍ରତ୍ୟେକ ସନ୍ଧ୍ୟାକୁ ଆକର୍ଷଣୀୟ କରିବା ପାଇଁ ଲୋକ ନୃତ୍ୟ, ଲୋକ ସଂଗୀତ, ଲୋକ କଳା ସାଙ୍ଗକୁ ବିଭିନ୍ନ ନାଟକ ପରିବେଷଣ କରିବାକୁ ଓଡିଶାର ବିଭିନ୍ନ ଜିଲ୍ଲାରୁ କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ l ସହ ବରୀ ବ୍ଲକର ବିଭିନ୍ନ ଅନୁଷ୍ଠାନ ସହିତ ସବୁ ଲୋକଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଏହାକୁ ଉପଭୋଗ କରିବାକୁ କଳା ସାହିତ୍ୟ ସଂସ୍କୃତି ପରିଷଦ, ବରୀ ପକ୍ଷରୁ ନିବେଦନ କରାଯାଇଛି l ଉକ୍ତ ବୈଠକରେ ଗଗନ ଜେନା, ସୀତାକାନ୍ତ ପଣ୍ଡା, ଡ଼ ନୃସିଂହ ବେହେରା, ଆଶୁତୋଷ ପରିଡା, ହରିଶ୍ଚନ୍ଦ୍ର ଦାସ, ଅଶୋକ ସାମଲ, ଦେବବ୍ରତ ଦାସ, ସୋମନାଥ ଦ୍ବିବେଦୀ, ମହେଶ୍ୱର ପାଲାଇ, କପିଳ ସାମଲ, ବ୍ରହ୍ମନନ୍ଦ କର, ନରେନ୍ଦ୍ର କୁମାର ପଣ୍ଡା, ସରୋଜ ଦାସ, ଅଜୟ ସାହୁ, ଲକ୍ଷ୍ମଣ କର, ପ୍ରଶାନ୍ତ ସାହୁ, ବୈଷ୍ଟମ ଚରଣ ଦାସ, ମୁରଲୀଧର ଦାସ, ଚୈତନ୍ୟ ଚରଣ ଶାନ୍ତି, ସଂଗ୍ରାମ ପଲାଇ, ଚନ୍ଦନ ସାହୁ ଓ ବିବେକାନନ୍ଦ ନାଥ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ମତାମତ ରଖିଥିଲେ l ସନ୍ଥନ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ବିଜୟ କୁମାର ଦାଶ ଲୋକ ମହୋତ୍ସବର ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ବିରୁପାକ୍ଷ୍ୟ ଦ୍ୱେବେଦୀ ଧନ୍ୟବାଦ ଦେଇଥିଲେ l
ବି:ଦ୍ର:-କଳା ସାହିତ୍ୟ ସଂସ୍କୃତି ପରିଷଦ, ବରୀର ସଭ୍ୟ ଓ ଶୋଭନୀୟର ପାଇଁ ଲେଖା ଦେବାକୁ ବରୀର ଜନ ସାଧାରଣଙ୍କୁ ଅନୁଷ୍ଠାନର ସଭାପତି ନିବେଦନ କରିଥିଲେ l         
   ଶୁଭେଚ୍ଛା ସହ 
ଡାକ୍ତର ରାଜ କିଶୋର ପଣ୍ଡା   
ସଭାପତି ବରୀ କଳା ସାହିତ୍ୟ ସଂସ୍କୃତି ପରିଷଦ l 


ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ