Hot Posts

6/recent/ticker-posts

ମା ର ଆଖି ଲୁହ ଶୁଖୁନି ୯ ମାସର କଅଁଲ ଛୁଆ ର ଲିଭର ଫେଲ୍ ,ମା ଦେବେ ଲିଭର । ଅର୍ଥସାଜିଛି ବାଧକ…

କଳାହାଣ୍ଡି, ୨୦ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜନ୍ମଦାତ୍ରୀ ଜନନୀ ବା କଅଲଁ ପୁଅ ର ଦୁଃଖ ଆଖିଆଗରେ କେତେ ଯେ ସହିବ। ପଣ କରିଛି ମୋ,ଶରୀର ର ଅଙ୍ଗ ତୋ ଦେହ ରେ ଲାଗୁ ,ତୁ ସୁସ୍ଥ ହେଇଯା। ଦଇବ ଦାଉ ସାଧିଲା, ଜନ୍ମ ଶିଶୁ...ମାତ୍ର ୯ ମାସର — ଲିଭର ଖରାପ। ଡାକ୍ତର କହିଛନ୍ତି ୨୫ ଲକ୍ଷ ହେଲେ ଲିଭ୍ର ପ୍ରତ୍ୟାରୋପଣ ହେବ। ଅର୍ଥବାଧକ ସାଜିଛି , ସରକାର ଙ୍କ ପାଖରେ ଗୁହାରି କରିଛନ୍ତି। କଳାହାଣ୍ଡି ଜିଲ୍ଲା ଫଟକାମାଲ ରୁ ଦେଖିବା …ଜନ୍ମ ର ଦୁଇ ମାସ ପରେ ବାପା ମା' ଜାଣିଥିଲେ ।ସେ ଦିନରୁ ଆଜି ପର୍ଯ୍ୟନ୍ତ ମା' ର ଆଖି ଲୁହ ଶୁଖିନି, ହୃଦୟ ବେଦନା କୁ ଲୁଚାଇ ପାରୁନାହିଁ। ବହୁତ ଖର୍ଚ୍ଚ ହେଲାଣି ହେଲେ ପୁଅ ର ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସୁନାହିଁ। ଡାକ୍ତର କହିଛନ୍ତି — ଲିଭର ପ୍ରତ୍ୟାରୋପଣ କଲେ ଭଲ ହେବ ,ଆଶା ଅଛି, କିନ୍ତୁ ଖର୍ଚ୍ଚ ବହୁତ। ଦୁଇ ମାସ ର ସମୟ ଅଛି। ମା' ନିଜେ ଲିଭର ଡୋନେଟ୍ କରିବାକୁ ପ୍ରସ୍ତୁତ,କିନ୍ତୁ ଅର୍ଥ ସାଜିଛି ବାଧକ…ସରକାର ଙ୍କ ଆୟୁଷ୍ମାନ କାର୍ଡରେ ୨ ରୁ ୩ ଲକ୍ଷ ଖର୍ଚ୍ଚ ହୋଇସାରିଛି,ଏବେ ମାତ୍ର ୭ ଲକ୍ଷ ରହିଛି। କିନ୍ତୁ ଚିକିତ୍ସା ପାଇଁ ଆହୁରି ଦରକାର ୨୫ ଲକ୍ଷ ରୁ ଅଧିକ। ମା' ଭିକ୍ଷା କରୁଛି — ପୁଅ ର ଜୀବନ । ନିଜ ଲୁହ କୁ ଲୁଚାଇ,ଗଣ୍ଠି ଧନ କୁ କୋଲେଇ ,କାଖେଇ ଗେଲ କରୁଛି। ମନେ ମନେ ଭଗବାନଙ୍କୁ କହୁଛି —“ହେ ପ୍ରଭୁ, ମୋ ପୁଅକୁ ସାହା ହୁଅ...” କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଫଟକାମାଲ ଗ୍ରାମ ର କୃଷ୍ଣଚନ୍ଦ୍ର ମେହେର,ଓ ସ୍ତ୍ରୀ ପଦ୍ମାବତୀ ଙ୍କ ୯ ମାସର ପୁଅ, ବ୍ରଜରାଜ। ଜନ୍ମର ଦୁଇମାସ ମଧ୍ୟରେ ପେଟ ଫୁଲିଯିବା ରୁ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ବୁର୍ଲା କୁ ସ୍ଥାନାନ୍ତର କରିଥିଲେ। ହେଲେ ଲିଭର ଖରାପ ଥିବା କହି ଡାକ୍ତର ଭୁବନେଶ୍ୱର ଏମ୍ସ କୁ ପଠାଇ ଦେଇଥିଲେ। ସେଇ ଦିନ ଠାରୁ ମାଁ ବାପା ,ଜେଜେ ସମସ୍ତ ପରିବାର ଦିନରାତି ଏକ କରିଦେଇଛନ୍ତି। ବ୍ରଜରାଜ ଙ୍କ ଜେଜେ ମାଆ ବନୀତା ସା ଓ ବାପା କୃଷ୍ଣ ଚନ୍ଦ୍ର ମେହେର କହିଛନ୍ତି ଗରିବ ଶ୍ରେଣୀର ହୋଇଥିବବାରୁ ଆର୍ଥିକ ସଙ୍କଟ ଦେଖାଦେଇଛି।ହେଲେ ଆୟୁଷ୍ମାନ କାର୍ଡ ରେ କିଛି ସହାୟତା ହୋଇଛି ।ଲିଭର ପ୍ରତ୍ୟାରୋପଣ ପାଇଁ ୨୫ ଲକ୍ଷ ଦରକାର।ବ୍ରଜରାଜ ଙ୍କ ମାଆ ପଦ୍ମାବତୀ ସା କହିଛନ୍ତି ରାଜ୍ୟସରକାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ନିକଟରେ ଗୁହାରି କରି ଦୁଃଖ ଜଣାଇଛନ୍ତି। ମାଁ କହୁଛି ମୋ ପୂଅ କୁ ବଞ୍ଚାଇ ଦିଅ। ଯଦି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାପାଇଁ ଚାହାନ୍ତି ତେବେ ତାଙ୍କ ବାପାଙ୍କ ଫୋନପେ କିମ୍ବା ପାସବହି ରେ ସହଯୋଗ କରିପାରିବେ।


ନାମ- କୃଷ୍ଣ ଚନ୍ଦ୍ର ମେହେର
Ac-514110110003177
IFSC-BKID0005141
Phonepay -8327768749


କଳାହାଣ୍ଡି ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ