Hot Posts

6/recent/ticker-posts

୨୮ତମ ସାର୍ବଜନୀନ ଶ୍ୟମାଜୌତି ଓ କାଳୀ ପୂଜା ମହୋତ୍ସବ 2025 ସର୍ଗିବାହାଲ ଅନୁଷ୍ଠିତ

ବରଗଡ଼, ୨୦ / ୧୦ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଠାରେ ମହା ଆଡମ୍ବର ସହିତ ୨୮ ତମ ସାର୍ବଜନୀନ ଶ୍ୟାମା ଜୌତି ଓ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି କାଳୀ ପୂଜା ତାରିଖ ୧୯/୧୦/୨୫ ରୁ ଆରମ୍ଭ କରି ୨୪/୧୦/୨୫ ରେ ଶେଷ ହେବ l ଚଳିତ ବର୍ଷ କାଳୀ ପୂଜା ରେ ସଭାପତି ଭାବେ ଛାୟାକାନ୍ତ ମେହେର ଓ ସମ୍ପାଦକ ରୁପେ ଉମାକାନ୍ତ ସିଂ, କୋଷାଧକ୍ଷ ଭାବରେ ନାରାୟଣ ମହାପାତ୍ର ଦାୟିତ୍ଵ ତୁଲାଇଥିବା ବେଳେ ମୁଖ୍ୟ ପୂଜକ ଭାବେ ଫୌଜଲାଲ ନନ୍ଦ ଓ ଦୁଇ ଜଣ ସହଯୋଗୀ ପୂଜକ ପୁଜାର୍ଚନା ମାଁ କାଳୀ ଙ୍କ ଏହି ପାଞ୍ଚ ଦିନ ଧରି ତୁଲାଇବା ପାଇଁ ଦାୟିତ୍ଵ ନେଇଛନ୍ତି l ଉକ୍ତ କାଳୀ ପୂଜାରେ ସପତ୍ନିକ ରାଜୀବ ମେହେର ଓ ତାଙ୍କ ପତ୍ନୀ ଅନିତା ମେହେର ଦ୍ଵିତୀୟ ବର୍ଷରେ କର୍ତ୍ତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି l ପ୍ରଥମ ଦିନ କଳସ ଯାତ୍ରା ଓ ନୃତ୍ୟ ପ୍ରୀତିଯୋଗିତା ହୋଇଥିବା ବେଳେ ଦ୍ଵିତୀୟ ଦିନ ସୁର ସଂଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜିଲ୍ଲା ଓ ରାଜ୍ୟ ସ୍ତର ରୁ ଲୋକ ନୃତ୍ୟ ଓ ଅରକେଷ୍ଟା ଓ ତୃତୀୟ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜିଲ୍ଲା ଓ ରାଜ୍ୟ ସ୍ତର ର ଲୋକ ନୃତ୍ୟ ଓ ଅପେରା ଚତୁର୍ଥ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକ ନୃତ୍ୟ କୃଷ୍ଣ ଗୁରୁ ଓ ପଞ୍ଚମ ଦିନ ରେ ଲୋକ ନୃତ୍ୟ ସହିତ ଅରକେଷ୍ଟା କାର୍ଯ୍ୟକ୍ରମ ଗୁଡିକ ହେବାର ସ୍ଥିରୀକୃତ ହୋଇଛି l ଏହି କାଳୀ ପୂଜାରେ ମୁଖ୍ୟ ଆକର୍ଷଣ ହେଉଛି ଜୁଗାର ଯାତ୍ରା । ଯାହାକୁ ଦେଖିବାକୁ ବହୁତ ଦୂର ଦୁରାନ୍ତର ରୁ ଭକ୍ତ ମାନେ ଦେଖିବାପାଇଁ ଆସିଥାନ୍ତି l ଆସିଥିବା ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ତା ହୋଇଥାଏ l ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମହୁଥିବା ବେଳେ ମିନାବଜାର ଆହୁରି ଆକର୍ଷଣୀୟ ହୋଇଛି।ସର୍ଗିବାହାଲ ଗ୍ରାମବାସୀ ଙ୍କ ସହଯୋଗ ଦ୍ଵାରା ଶାନ୍ତି ଶୃଙ୍ଖଳା ଠିକ୍ ଭାବରେ ଚାଲିଥିବାରୁ ଅଞ୍ଚଳ ବାସି ସର୍ଗିବାହାଲ୍ ଗ୍ରାମବାସୀ ତଥା ଯାତ୍ରା କମିଟି କୁ ପ୍ରଶଂସା କରୁଛନ୍ତି। 


ବରଗଡ଼ ଜିଲ୍ଲା ପଦ୍ମପୁର ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ