ପାଣି ବାଲଟି ହେଲା ଯମର ଦ୍ୱାର, ବାଲଟି ରେ ପଡ଼ି ୧୬ ମାସର ଶିଶୁ କନ୍ୟା ର ମୃତ୍ୟୁ
ଝରିଗାଁ, ୦୯ / ୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଡଙ୍ଗରୀଗୁଡା ପଞ୍ଚାୟତ ଅଧିନସ୍ଥ କୋଇଗାଁ ଗ୍ରାମ ରେ ଗତ କାଳି ଅଭାବନୀୟ ଦୁଃଖଦ ଘଟଣା ଘଟିଛି। ପାଣି ବାଳଟି ରେ ପଡିଯାଇ ଜଣେ ୧୬ ମାସର ଝିଅର ମୃତ୍ୟୁ ଘଟିଛି। ସୂଚନା ପ୍ରକାର : ବୁଦବାର ସନ୍ଧ୍ୟା ୫ ଘଣ୍ଟିକା ସମୟରେ ଲିମବତୀ ପୂଜାରୀ (୧୬) ମାସ ତାଙ୍କର ଜେଜେ ମାଁ ଜେଜେ ବାପାଙ୍କ ସହ ଖେଳୁଥିଲେ । ତାଙ୍କ ଜେଜେ ବାପା ଦୋକାନକୁ ସାମାନ ପାଇଁ ଯାଇ ପେରିଲା ବେଳକୁ ଲିମବତୀ ସେଠାରେ ନ ଥିଲା । ଖୋଜା ଖୋଜି କରିଲା ବେଳକୁ ଦେଖିଲେ ଯେ ଲିମବତୀ ଘର ପାଖରେ ଥିବା ଏକ ପାଣି ବାଲଟି ରେ ପଡିଥିବା ଦେଖି ତାଙ୍କ ଜେଜେ ବାପା ଚିତ୍କାର କରି ପଡୋଶି ଲୋକଙ୍କୁ ଦୌଡି ଆସ ବୋଲି ଡାକିଥିଲେ। କିନ୍ତୁ ସେଥିକି ବେଳକୁ ଲିମବତୀ ଙ୍କର ମୃତ୍ୟୁ ହୋଇଥିଲା। (ପିତା) ବିଶୁ ପୂଜାରୀ (ମା) ରୁତାୟ ପୂଜାରୀ କାମ କରିବା ପାଇଁ ଯାଇଥିଲେ। ଝିଅର ମୁତ୍ୟୁ ଖବର ପାଇ ସାଙ୍ଗେ ସାଙ୍ଗେ ସେମାନ ଘରେ ପହଞ୍ଚି ଥିଲେ। ପରେ ପୋଲିସ ବିଭାଗକୁ ଖବର ଦିଆଯାଇଥିଲା। ସୂଚନା ପାଇଁ ଥାନା ଅଧିକାରୀ ମାନେ ତୁରନ୍ତୁ ସ୍ଥାନର ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇ । ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।