Hot Posts

6/recent/ticker-posts

ପୂଜାରୀ ଗୁଡା ସାହିରେ ମାଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଝରିଗାଁ, ୦୯ / ୧୦ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରୀ ଗୁଡା ପଞ୍ଚାୟତ ସଦର ମହକୁମା ପୂଜାରୀ ଗୁଡା ସାହିରେ ମାଁ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ଆୟୋଜନ କରି ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ। ଦେବୀଙ୍କ ପୂଜା ପାଇଁ ଯେଉଁ ହୋଇ ଯାଇଛି । ରୀତି ନୀତି ବିଧାନ ରହିଛି ତାକୁ ଅନୁସରଣ କରି ପୂଜା କାର୍ଯ୍ୟ ଦିନ ୨ ଘଣ୍ଟିକା ସମୟ ରେ ଆରମ୍ଭ କରାଯାଇଥିଲା । ଏଥିରେ ପୂଜା କାର୍ତ୍ତା ଭାବରେ ଜଞ୍ଜାବତି ପୂଜାରୀ, ନନ୍ଦାୟ ଉତରା, ଜେମା ପୂଜାରୀ , ଗୋମତୀ ପୂଜାରୀ, ଚନ୍ଦ୍ରଦି ପୂଜାରୀ,ପ୍ରମିଳା ପୂଜାରୀ,ରଶ୍ମିତା ମାଝୀ,ଯୁନି ଗୌଡ, ପ୍ରମୁଖ ଯୁବତୀମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟ ରେ ପୂର୍ଣ୍ଣ ସହଯୋଗ ରହିଥିବା ବେଳେ କମିଟି ନବ ଭତରା,କୁଷ୍ଣ ଭତରା,ପ୍ରଦୀପ ଭତରା,କୁନା ମାଝୀ,ଅନ୍ତରାମ ପୂଜାରୀ ସମସ୍ତେ ସହଯୋଗ କରି ଶାନ୍ତି ଶୁଙ୍ଖଳିତ ଭାବେ ଦେବୀଙ୍କ ପୂଜା ସମ୍ପନ୍ନ ହୋଇଥିଲେ । ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସୂଚନା ମିଳିଛି। ଅସନ୍ତା କାଳି ଶୁକ୍ରବାର ପଞ୍ଚମ ଦିନରେ ମା ଗଜଲକ୍ଷ୍ମୀ ଙ୍କର ଭସାଣି ଉତ୍ସବ ବଡ ଧୁମଧାମରେ ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।