ନ୍ୟାୟଧୀଶ ଶ୍ରୀ ଚିତ୍ତରଂଜନ ଦାଶ,ଉଚ୍ଚ ନ୍ୟାୟାଳୟ ଓଡ଼ିଶା ଙ୍କ ଜୟପୁର ଗସ୍ତ ।
ଜୟପୁର, ୦୭ / ୧୦ ( ସୁରେନ୍ଦ୍ର ଖୋସଲା ) : ଗତ ତା ୪/୧୦/୨୫ ରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ମାନ୍ୟବର ନ୍ୟାୟଧୀଶ ଶ୍ରୀ ଚିତ୍ତରଂଜନ ଦାଶ ଜୟପୁର ଗସ୍ତକରି ଥିଲେ ତାଙ୍କ ସହ ତାଙ୍କ ଧର୍ମପତ୍ନୀ ଓ କନ୍ୟା ପୁତ୍ର ରହିଥିଲେ । ସେ ସକାଳ ୯ ଘଣ୍ଟା ସମୟରେ ନବରଙ୍ଗପୁର, କୋଟପାଡ଼ ଯାତ୍ରା କରିଥିଲେ ଏବଂ ବାବା ଝଡେଶ୍ୱର୍ ଶିବମନ୍ଦିର ଦର୍ଶନ ଓ ପୂଜା କାର୍ଯ୍ୟ ରହିଥିଲା , ଏହା ପରେ ଜଗଦଲପୁର ମାର୍ଗରେ ଚିତ୍ରକୋଟ ପହଞ୍ଚିଥିଲେ ,ଏହା ପରଦିନ ଜୟପୁର ଫେରି କୋରାପୁଟ ସିଭିଲ କୋର୍ଟ ପରିଦର୍ଶନ କରିଥିଲେ ,ଏହାପରେ ଦେଉମାଲି ରିଟ୍ରିଟରେ ତାଙ୍କ ପତ୍ନୀଙ୍କ ଜନ୍ମ ଦିନ ପାଳନ କରି କେକ୍ କାଟି ଥିଲେ ,ଏବଂ କୋରପୁଟିଆ ବାଦ୍ୟ ଯନ୍ତ୍ର ବଜାଇ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା , ଦେଉମାଳି ର ମନୋହର ଦୃଶ୍ୟ ଓ ପରିବେଶ ସାଙ୍ଗକୁ କୋରାପୁଟ ପାରମ୍ପରିକ ବାଦ୍ୟଯନ୍ତ୍ରରେ ନୃତ୍ୟର ମଜା ଉପଭୋଗ କରିଥିଲେ ,ଏବଂ ସେଠାରେ ଭୋଜନ କରି ରାତ୍ର ଜାପାନ କରିଥିଲେ ।ଏହା ପରଦିନ ସେମିଲି ଗୁଡ଼ା ରେ ମଧ୍ୟାହ୍ନ ଭୋଜନ ସାରି କୋରାପୁଟ ଫେରିଥିଲେ ଏବଂ କୋରାପୁଟ ସାବର୍ ଶ୍ରୀକ୍ଷେତ୍ର ମନ୍ଦିର ଦର୍ଶନ କରିଥିଲେ । ଏହି ପରି ବିଭିନ୍ନ ସ୍ଥାନ ପରିଦର୍ଶନ କରି ଆଜି ତା ୭/୧୦/୨୦୨୫ ରିଖ ରେ ଲକ୍ଷ୍ମୀପୁର ରାସ୍ତାଦେଇ ରାୟଗଡ଼ା ଅଭିମୁଖେ ଯାତ୍ରା କଲେ ।
କୋରାପୁଟ ରୁ ସୁରେନ୍ଦ୍ର ଖୋସଲା ଙ୍କ ରିପୋର୍ଟ , NABADUTA NEWS ODISHA.