ଗାଁ ରାସ୍ତା ମରାମତି କଲେ ୟୁଥ୍ ସଦସ୍ୟ
କର୍ଲାମୁଣ୍ଡା, ୦୭/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୁଡିଙ୍ଗ ଗ୍ରାମ ପଞ୍ଚାୟତ ପକେଲପଡା ଗ୍ରାମର ଶ୍ରୀ ବିନାୟକ ୟୁଥ କ୍ଲବ ସଦସ୍ୟଙ୍କ ପକ୍ଷରୁ ଗାଁ ରାସ୍ତା ମରାମତି କରାଯାଇଛି I ପ୍ରସାଶନ କୁ ବାରମ୍ବାର ଜଣାଇଲା ପରେ ମଧ୍ୟ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନ ଥିଲେ I ଯାହା ଫଳରେ ଦୀର୍ଘ ୩ ମାସ ହେଲା ରାସ୍ତା ରେ ପାଣି ଜମି ରହୁଥିବାରୁ ଲୋକେ ଯିବା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ I ଫଳରେ ସେହି ରାସ୍ତାକୁ ଶ୍ରୀ ବିନାୟକ ୟୁଥ୍ କ୍ଲବ ଓ ଗ୍ରାମବାସୀ ମିଳିତ ସହଯୋଗରେ ମଙ୍ଗଳବାର ମରାମତି କାର୍ଯ୍ୟ ହୋଇ ଯାଇଛି I ୫୦୦ ମିଟର ରାସ୍ତାରେ ପ୍ରାୟ ୭୦ ଟ୍ରିପ୍ ମୁରୁମ୍ ପକେଇ ରାସ୍ତା ମରାମତି କରିଥିଲ I ଯାହାଫଳରେ ଗ୍ରାମର ଲୋକମାନେ ଏବେ ଠିକ୍ ଭାବରେ ଯାତାୟାତ କରି ପାରୁଛନ୍ତି I ଏଥିରେ ଶ୍ରୀ ବିନାୟକ ୟୁଥ କ୍ଲବର ସଭାପତି ଯଶୋବନ୍ତ ଗହୀର, ସମ୍ପାଦକ ଲକ୍ଷାପତି ଭୋଇ, କୋଷାଧ୍ୟକ୍ଷ କନ୍ଦର୍ପ ବାଗ ସମେତ ୟୁଥ କ୍ଳବର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ I ଅନୁଷ୍ଠାନର ଏହି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଢ଼େରସାରା ପ୍ରଶଂସା କରିଛନ୍ତି I