ଶିବଶକ୍ତି ଯୁବକ ସଂଘ ପକ୍ଷରୁ "ଦୁଃଖ ସରିବନି ମରିବା ଯାଏ " ନାଟକ ମଞ୍ଚସ୍ଥ
କନ୍ଧମାଳ, ୭/୧୦ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡ଼ାର ଯାତ୍ରା ପଡିଆରେ ଶିବଶକ୍ତି ଯୁବକ ସଂଘ ତରଫରୁ ଚାଳିଶି ତମ ବିଜୟା ଦଶମୀ ଉପଲକ୍ଷେ ଅଠର ତମ ଅବଦାନରେ ସନ୍ତୋଷ ସାହୁଙ୍କ ବଳିଷ୍ଠ ନିର୍ଦେଶନାରେ ଲାଇନପଡ଼ା ଅଞ୍ଚଳର ଛୋଟ ବଳ କଳାକାରଙ୍କୁ ନେଇ ରବିବାର ଦିନ ହସ ଲୁହ ଭରା ସାମାଜିକ ନାଟକ " ଦୁଃଖ ସରିବନି ମରିବା ଯାଏ " ମଞ୍ଚସ୍ଥ ହୋଇ ଯାଇଛି । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚକାପାଦ ପଂଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର ଯୋଗ ଦେଇ ଉଦଘାଟନ କରିବା ସହିତ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ମୁଖ୍ୟବକ୍ତାଭାବେ ବରଡା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀ,ସମ୍ମାନିତ ଅତିଥି ରୂପେ ଚକାପାଦ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୋମନାଥ ବେହେରା, ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ମାମାଲି ଦଳବେହେରା, ସହକାରୀ ଶିକ୍ଷକ ଶ୍ରୀ ବିକ୍ରମ ବିହାରୀ,ପୂର୍ବତନ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ପ୍ରଦୀପ କୁମାର ମଳିକ, ନାଟ୍ୟ ସଭାପତି ଦେବାନନ୍ଦ ବେହେରା, କୋଷାଧକ୍ଷ ଅମିତ କୁମାର ଭୋଇ, ସମ୍ପାଦକ ସରୋଜ ଦଳବେହେରା,ଯୁବକ ସଂଘର ପୂର୍ବତନ ସଭାପତି ମହେଶ୍ୱର ନାଏକ, କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସନ୍ତୋଷ କୁମାର ଭୋଇ, ବିନୋଦ ବିହାରୀ ନାଏକ, ନରେନ୍ଦ୍ର ନାଏକ, ଘାସିରାମ ନାୟକ, ସରୋଜ କୁମାର ସାହୁ, ସନ୍ତୋଷ କୁମାର ସାହୁ, ପର୍ଶୁରାମ ସାହୁ, ଅଶ୍ୱିନୀ କୁମାର ପ୍ରଧାନ,ସମସ୍ତଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଛ ଦେଇ ସମସ୍ତ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସ୍ଥାନୀୟ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଏକାଧାରରେ ଜଣେ ଲେଖକ, ସଙ୍ଗୀତ ନିର୍ଦେଶକ, ଏବଂ କଣ୍ଠଶିଳ୍ପୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁରୁହିତ ପ୍ରାରମ୍ଭିକ ସଂଗୀତ ଅତି ସୁନ୍ଦରାଭାବେ ପରିବେଷଣ କରିଥିଲେ, ପରିଚୟ ପ୍ରଦାନ ଏବଂ ଉପସ୍ଥାପନା କରିଥିଲେ ଶିବ ଶଙ୍କର ବେହେରା, ଏବଂ ଶିକ୍ଷକ ଶ୍ରୀ ସୁରେଶ କୁମାର ନାୟକ । ରାତ୍ର ବାରଘଣ୍ଟା ସମୟରେ ନାଟକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସକାଳ ଛଅ ଘଣ୍ଟା ସମୟରେ ଶେଷ ହୋଇଥିଲା । ପ୍ରତିକୂଳ ପାଗ ଠିକ୍ ଥିବା ହେତୁ ପ୍ରବଳ ଦର୍ଶକ ଦେଖିବାକୁ ମିଳିଥିଲା ।