ଝରିଗାଁ ଧୋଡ୍ରାରେ ବିଜୟଦଶମୀ ସହ RSS ଶତାବ୍ଦୀ ପାଳନ — ଶତାଧିକ ଲୋକଙ୍କ ଉପସ୍ଥିତି
ଝରିଗାଁ, ୨୯ / ୦୯ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଧୋଡ୍ରା ର RMC ଗୋଦାମ ଗୃହ ଠାରେ ଝରିଗାଁ ଖଣ୍ଡ ଧୋଡ୍ରା ମଣ୍ଡଳ ପଞ୍ଚାୟତ ସ୍ତରୀୟ ବିଜୟ ଦଶମୀ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀତମ ପୂର୍ତ୍ତି ପାଳନ କରାଯାଉ ଥିବା ବେଳେ ସେପପ୍ଟେମ୍ବର ୨୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସାରାଦେଶରେ ପାଳନ କରାଯାଉଛି। । ଭାରତର ମୂଳ ନୀତି ବସୁଧୈବ କୁଟୁମ୍ବକୁ ବିଶ୍ବାସ କରିଥାଏ।' ଅନ୍ୟମାନଙ୍କୁ ସେବା ମନୋଭାବର ଏକାତ୍ମାକ ସେବା, ଭାବାବେଗ ସହିତ ଯୋଡି ତ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାଟାଲିୟମର ଅବସରପ୍ରାପ୍ତ ଲକ୍ଷମୁ ଭତ୍ରା, ମୁଖ୍ୟବକ୍ତା ରୂପେ ଯୁଯେଷ୍ଟି ରାଜଗଣ୍ଡ ଜିଲ୍ଲା ସ୍ବୟଂସେବକ ସଂଘ ପରିଚାଳକ ଝରିଗାଁ ଖଣ୍ଡ ଧୋଡ୍ରା ମଣ୍ଡଳ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ସଂଘର ପ୍ରତିଷ୍ଠା ଏବଂ ସଂଘର ଘଠନ ଉପରେ ଅଲୋକପାତ କରିଥିଲେ। ତିନି ଗୋଟି ପଞ୍ଚାୟତର ବିଜେପି ର ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତି , ବୃଥ ସଭାପତି, କାର୍ଯ୍ୟକ୍ରତ୍ତା କର୍ମୀ ମାନେ ସମେତ । ଏହି ଅବସରରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ନେତୃବୃନ୍ଦ ଯଥା ବକଡାବେଢ଼ା,ଚାଟିଗୁଡ଼ା,କାନାକୋଟ ପଞ୍ଚାୟତର ବରିଷ୍ଠ ଭଦ୍ରବ୍ୟକ୍ତିଙ୍କ ସହ ଶତାଧିକ ଲୋକ ମାନେ ଉପସ୍ଥିତ ଥିଲେ।