Hot Posts

6/recent/ticker-posts

ତେରେସିଂହାରେ ଭାଇ ଜିଉଁନ୍ତିଆ ଓଷା ପାଳିତ

କର୍ଲାମୁଣ୍ଡା, ୨୯/୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଭାଇ ଜିଉଁନ୍ତିଆ ଓଷା ସୋମବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଛି I ଭଉଣୀ ମାନେ ନିର୍ଜଳା ଉପବାସ ଓ ଅତି ନିଷ୍ଠାର ସହ ଏହି ବ୍ରତ ରଖିଥାନ୍ତି I ଭାଇର ଶୁଭ ମନାସିବା ସହ ଦୀର୍ଘାୟୁ କାମନା କରି ଭଉଣୀ ମାନେ ଏହି ଦିନ ମାଁ ଦୁର୍ଗା ଙ୍କୁ ପୂଜା କରିଥାନ୍ତି I ପୂଜା ପର ଦିନ ଅର୍ଥାତ୍ ସକାଳେ ଭାଇଙ୍କୁ ବନ୍ଦାପନା ପରେ ଭଉଣୀ ମାନେ ଭାଇଙ୍କୁ ଜିଉଁନ୍ତିଆ ପିନ୍ଧାଇ ଥାନ୍ତି I ଗ୍ରାମ ଗୁଡ଼ିକରେ ଦଳ ଦଳ ହୋଇ ଭଉଣୀ ମାନେ ଏହି ଓଷା ପାଳି ଥାଆନ୍ତି । ସେହିପରି ତେରେସିଂହା ଗ୍ରାମର ରାଧାବଲ୍ଲଭ ପଡ଼ା, ବିରାଟ ପଡ଼ା, ତ୍ରିନାଥ ପଡ଼ା, ରାମଜୀ ପଡ଼ା, ଯାଦବ ପଡ଼ା, ହରିଜନ ପଡ଼ା, ବେଲପଡ଼ା, କଲୋନୀ ପଡ଼ା, ନରସିଂହପୁର, ଫଟାମୁଣ୍ଡା ଆଦି ସ୍ଥାନରେ ଭଉଣୀ ମାନେ ଆନନ୍ଦ ଉଲ୍ଲାସର ସହ ଭାଇ ଜିଉଁନ୍ତିଆ ଓଷା ପାଳୁଥିବାର ଦେଖୁବାକୁ ମିଳିଛି I