Hot Posts

6/recent/ticker-posts

ତେରେସିଂହାର ମାଁ ବସ୍ତ୍ରେନ ମନ୍ଦିର ପ୍ରତିଷ୍ଠା

କର୍ଲାମୁଣ୍ଡା, ୨୯/୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମାଁ ବସ୍ତ୍ରେନ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ରବିବାର ହୋଇ ଯାଇଛି I ଏଥିରେ ସହଦେବ ନାଗ ଓ ତାଙ୍କ ପତ୍ନୀ ଉର୍ମିଳା ନାଗ କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଯଦୁମଣି ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ I ଏହି ଅବସରରେ ତେରେସିଂହା ଗ୍ରାମର ସରପଞ୍ଚ ପ୍ରମୋଦ ସୁନା, ମା' ଙ୍କ ପୂଜକ ଭରତ ନାଗ, କାଳିଆ ନାଗ, ବରୁଣ ନାଗ, କୁବେର ନାଗଙ୍କ ସମେତ ଭକ୍ତମାନେ ଉପସ୍ଥିତ ରହିଥିଲେ I